ଭୁବନେଶ୍ୱର,୧୪ ସେପ୍ଟେମ୍ବର (ହି.ସ.) -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ କେନ୍ଦୁଝର ସର୍କିଟ ହାଉସ ଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କେନ୍ଦୁଝର ସର୍କିଟ ହାଉସ ଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କଲି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି। ସେମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛି, ଯାହାକି ଆମ ସରକାରର ମୂଳ ଲକ୍ଷ୍ୟ।
କେନ୍ଦୁଝର ଅଂଚଳର ସାମଗ୍ରିକ ବିକାଶ ଦ୍ୱାରା ନିଯୁକ୍ତି ସୁଯୋଗ ଏବଂ ଆର୍ôଥକ ସ୍ଥିତିକୁ ସମୃଦ୍ଧ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା