ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟରେ ଆଜି ଏକ ବୋଲେରୋକୁ ଧକ୍କା ଦେଇ ଫାଷ୍ଟଫୁଡ ଦୋକାନ ଭିତରେ ଏକ ମାଲବାହୀ ଟ୍ରକ ପଶି ଯାଇଛି । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲା ସ୍ୱର୍ଗତ କୋରା ସ୍ୱାଇଁଙ୍କ ସ୍ତ୍ରୀ ଲକ୍ଷ୍ମୀ ସ୍ୱାଇଁ (୫୦) । ସୂଚନା ଅନୁଯାୟୀ, ଆଜି ମକା ବୋଝେଇ କରି କୋରାପୁଟ ଅଭିମୁଖେ ଯାଉଥିବା ବେଳେ ବାରିଣିପୁଟ ନିକଟରେ ଏକ ବୋଲେରୋକୁ ଧକ୍କା ଦେଇ ଫାଷ୍ଟଫୁଡ ଦୋକାନ ଭିତରେ ଟ୍ରକ ଟି ପଶି ଯାଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ୬ ଆହାତ ହୋଇଥିବା ଜଣାଯାଇଛି । ମୃତ ମହିଳାଙ୍କ ପୁଅ ରବି ସ୍ୱାଇଁ ଙ୍କ ଗୋଡ କଟି ଯାଇଥିବା ଜଣାଯାଇଛି । ବୋଲେରୋକୁ ଧକ୍କା ଦେବାରୁ ବସିିଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି