ଚମ୍ପୁଆ, ୧୪ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ବନାଂଚଳ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଚମକପୁର ପଂଚାୟତ ଲୁଣଗୋଠାଣି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତ ରାତି ପ୍ରାୟ ଦୁଇଟାବେଳେ ଲୁଣଗୋଠାଣି ଗ୍ରାମରେ ଜଙ୍ଗଲ ହାତୀପଲ ଥିବା ବେଳେ ସେଠାରେ ଘର କରି ରହୁଥିବା ଫୁଲମଣି ମୁଣ୍ଡା ହାତୀ ହାବୁଡ ରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଠେଲି ଦେବାରୁ ଫୁଲମଣି ଗୁରୁତର ଆହତ ହୋଇଥିଲେ। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଂଚି ଫୁଲମଣିଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ। ସୂଚନା ଯୋଗ୍ୟ ଲୁଣଗୋଠାଣି ଗ୍ରାମଟି କାନୁପୁର ବୃହତ ଜଳସେଚନ ପ୍ରକଳ୍ପରେ ବୁଡି ଅଂଚଳରେ ସାମିଲ ହୋଇଥିବାବେଳେ ସମସ୍ତ ବିସ୍ଥାପିତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଦିଆଯାଇ ସାରିଛି। ତଥାପି କିଛି ଗ୍ରାମବାସୀ ସେଠାରେ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ବସବାସ କରୁଥିବାରୁ ହାତୀ ହାବୁଡ଼ରେ ପଡି ଧନଜୀବନ କ୍ଷୟକ୍ଷତି ଘଟୁଛି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta