କୁଡାପଡାରେ ସ୍ଵଚ୍ଛତା କାର୍ଯ୍ୟକ୍ରମ
କୁଡାପଡାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ
କୁଡାପଡାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ


ସମ୍ବଲପୁର, ୧୪ ସେପ୍ଟେମ୍ବର (ହି.ସ.)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ ପଞ୍ଚାୟତ କୁଡାପଡା ଗାଁ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ସରୋଜ ମେହେରଙ୍କ ନେତୃତ୍ୱରେ କୁଡାପଡାର ଛୁଇଁବନ୍ଧ ତୁଠ ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ଅନାବନା ଘାସ ପୁଟୁସ ଲାଗି ଥିବାରୁ ଯିବା ଆସିବାରେ ଅସୁବିଧା ହେଉଥିଲା, ତାହା ସଫା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଧନୁର୍ଜୟ ମେହେର, ମଞ୍ଜିର ପୋଢ଼, ଯଶୋଧା ମରେଇ, ପଦ୍ମାବତୀ ମେହେର, ମନ୍ଦାକିନୀ ମେହେର, ଡମ୍ବରୁଧର ମେହେର, ସନାତନ ପ୍ରଧାନ, ମନୋଜ ମେହେର, ଅନାମ ବାଦୀ, ଶୀତଳ ଭଇସା, ଗୀତ ବାଦୀ, ବୁଧୁରାମ ପ୍ରଧାନ, ବନିତା ପୋଢ଼, ଲଖନ ପ୍ରଧାନ, ଲଷ୍ମୀ ବାଦୀ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande