ମା ଭଗବତୀଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଉପଚାର
ଜୟପୁର, 14 ସେପ୍ଟେମ୍ବର (ହି.ସ.) : ଜୟପୁରରେ ଏୗତିହାସିକ ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା ଭଗବତୀଙ୍କ ପୀଠ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ୧୬ ଦିନ ଧରି ହେଉଥିବା ଷୋଡଶ ଉପଚାର ଆରମ୍ଭ ହୋଇଛି। ମା ଭଗବତୀଙ୍କ ଏହି ଷୋଡଶ ପୂଜା ଆରମ୍ଭ ବେଳେ ଆଜ୍ଞାମାଳକୁ ଗ୍ରହଣ କରିଛନ୍ତି ଜୟପୁର ପୂଜା
ମା ଭଗବତୀଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଉପଚାର


ମା ଭଗବତୀଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଉପଚାର


ଜୟପୁର, 14 ସେପ୍ଟେମ୍ବର (ହି.ସ.) : ଜୟପୁରରେ ଏୗତିହାସିକ ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା ଭଗବତୀଙ୍କ ପୀଠ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ୧୬ ଦିନ ଧରି ହେଉଥିବା ଷୋଡଶ ଉପଚାର ଆରମ୍ଭ ହୋଇଛି। ମା ଭଗବତୀଙ୍କ ଏହି ଷୋଡଶ ପୂଜା ଆରମ୍ଭ ବେଳେ ଆଜ୍ଞାମାଳକୁ ଗ୍ରହଣ କରିଛନ୍ତି ଜୟପୁର ପୂଜାକମିଟିର ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତି। ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳିକା ମନ୍ଦିରରେ ମଧ୍ୟ ଷୋଡଶ ଉପଚାର ଆରମ୍ଭ ହୋଇଛି । ମୂଳାଷ୍ଟମୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀପିଠକୁ ଦଶହରାରେ ଯୋଗ ଦେବାକୁ ନିମନ୍ତ୍ରଣ ଆରମ୍ଭ ହୋଇଛି। ମୂଳାଷ୍ଠମୀ ଅବସରରେ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରଠାରେ ସହଶ୍ର କୁମ୍ଭାଭିଷେକ କରାଯାଇଛି। ପରେ ମାଙ୍କ ପୂଜକ ବିରେନ୍ଦ୍ର ରଥ ପୂଜାର୍ଚ୍ଚନା, ଆଳତୀ କରିବା ସହ ଦେବୀଙ୍କ ଆଜ୍ଞାମାଳ ଜୟପୁର ପୂଜାକମିଟିର ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତିଙ୍କୁ ପ୍ରଦାନ କରିଥିଲେ। ଅମାବାସ୍ୟା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୨ଟି ଦେବୀପୀଠ ଏବ˚ ସେବାୟତଙ୍କୁ ଦଶହରା ପର୍ବରେ ଯୋଗଦେବା ପାଇଁ ନିମନ୍ତ୍ରଣ ପ୍ରଦାନ କରାଯିବ। ନିମନ୍ତ୍ରଣ ପାଇବା ପରେ ବିଭିନ୍ନ ଦେବୀ ପୀଠରୁ ଦେବୀଙ୍କ ପ୍ରତିକ ଲାଠି ଖଡଗ, ଛତ୍ର, ବିମାନକୁ ଭକ୍ତମାନେ କାନ୍ଧରେ ବୋହି ଚାଲିଚାଲି ଜୟପୁର ଠାରେ ଦଶମୀ ତିଥିରେ ପହଞ୍ଚି ଜୟପୁରବାସୀଙ୍କୁ ଆଶର୍ବାଦ କରନ୍ତି। ଏହି ଲାଠିଧାରୀ ମାନଙ୍କୁ ଦଶହରା ପଡିଆରେ ପାରମ୍ପରିକ ରିତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ଆଜିର ଏହି ଆଜ୍ଞାମାଳ ପ୍ରଦାନ ଉତ୍ସବରେ ଦେବୋତ୍ତର ବିଭାଗର କୃଷ୍ଣ ଦାସ, ପୂଜକ ଡମ୍ବୁରୁ ପଣ୍ତାଙ୍କ ସମେତ ଅନ୍ୟ ଭକ୍ତ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande