ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୪ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସୂଚନା ଦେଇ ଏକ୍ସରେ ଲେଖିଛନ୍ତି ସମ୍ବଲପୁରରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହ “ସମୃଦ୍ଧ ଗାଁ, ସମୃଦ୍ଧ ସ
ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର,୧୪ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ସୂଚନା ଦେଇ ଏକ୍ସରେ ଲେଖିଛନ୍ତି ସମ୍ବଲପୁରରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହ “ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର” ବୈଠକରେ ଯୋଗଦେଇ ଗ୍ରାମାଂଚଳରେ ନାଗରିକଙ୍କ ମୌଳିକ ସୁବିଧାକୁ ପ୍ରାଥମିକତା, ସ୍ୱଚ୍ଛତା, ପାନୀୟ ଜଳ, ଜୀବନଜୀବିକାକୁ ଗୁରୁତ୍ୱ, ପ୍ରଶାସନିକ ସଂସ୍କାର ତଥା ଆନୁଷଙ୍ଗିକ ଭିତିଭୂମି ବିକାଶ ଉପରେ ଆଲୋଚନା କଲୁ ।

ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ସଶକ୍ତ କରିବା, ପିଏମ ସ୍ୱନିଧି ଯୋଜନାରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବା, ଏସଏଚଜି ସଂଗଠନର ମା’ ଭଉଣୀମାନଙ୍କ ଆର୍ôଥକ କାର୍ଯ୍ୟକୁ ସୁବ୍ୟବସ୍ଥିତ ସହ ସ୍ୱାବଲମ୍ବୀ କରିବା ଆଦି ବିଭିନ୍ନ ବିଷୟରେ ଆଲୋଚନା ହେଲା । ସମ୍ବଲପୁରରେ ଥିବା ସମ୍ଭାବନା, ଭିତିଭୂମି, ଉତ୍ପାଦନ ଓ ବଜାରକୁ ଦୃଷ୍ଟିରେ ରଖି ସମ୍ବଲପୁରୀ ବ୍ରାଣ୍ଡକୁ ଆଗକୁ ନେବା ଆମର ଲକ୍ଷ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande