ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ପାଳିତ ହିନ୍ଦୀ ଭାଷା ଆମ ଦେଶର ସଂସ୍କୃତି ଓ ସଂସ୍କାରର ପ୍ରତିବିମ୍ବ
ବଲାଙ୍ଗୀର, ୧୪ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ହିନ୍ଦୀ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ
ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ  ହିନ୍ଦୀ ଭାଷା ଆମ ଦେଶର ସଂସ୍କୃତି ଓ ସଂସ୍କାରର ପ୍ରତିବିମ୍ବ


ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ  ହିନ୍ଦୀ ଭାଷା ଆମ ଦେଶର ସଂସ୍କୃତି ଓ ସଂସ୍କାରର ପ୍ରତିବିମ୍ବ


ବଲାଙ୍ଗୀର, ୧୪ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ହିନ୍ଦୀ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସର ମହତ୍ୱ ବିଷୟରେ ନିଜ ବକ୍ତବ୍ୟ ରଖିବା ସହ ହିନ୍ଦୀ ଆମ ସଂସ୍କୃତିର ଜୀବନ ଧାରା ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀ ନିଜ ବକ୍ତବ୍ୟରେ ଭାଷା ହେଉଛି ଏକ ସମାଜର ଆତ୍ମା। ଭାଷା ବିନା ମାନବ ଜୀବନର କୌଣସି ଅର୍ଥ ନାହିଁ। ପ୍ରତ୍ୟେକ ସମୁଦାୟ ନିଜର ଭାଷାକୁ ନିଜର ଗର୍ବ, ପରିଚୟ ଏବଂ ସାଂସ୍କୃତିକ ଉତରାଧିକାରୀ ଭାବରେ ଦେଖିଥାଏ ବୋଲି କହିବା ସହ ହିନ୍ଦୀ ଭାଷା ଆମ ଦେଶର ସଂସ୍କୃତି ଓ ସଂସ୍କାରର ପ୍ରତିବିମ୍ବ ଅଟେ ବୋଲି କହିଥିଲେ।ଏହି ସଭାରେ ନିମନ୍ତ୍ରିତ ଅତିଥି ଭାବେ ସାମାଜିକ କର୍ମୀ ଗୋପାଳଜୀ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ପାତ୍ର, ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ, ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ନରେନ୍ଦ୍ର ମିଶ୍ର, ଶିକ୍ଷାବିତ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ହିନ୍ଦୀ ଓ ହିନ୍ଦୀ ଦିବସର ମହତ୍ୱ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ। ସମ୍ପାଦକୀୟ ବିବରଣୀ ଜଗଦୀଶ ନାଗ ପଠନ କରିଥିବା ବେଳେ କାର୍ଯ୍ୟକ୍ରମ ର ସଂଯୋଜନା ଅଶ୍ୱିନୀ ଷଡ଼ଙ୍ଗୀ ଓ ଧନ୍ୟବାଦ ଦେଇଥିଲେ ବରିଷ୍ଠ ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଗ। ଏହି ହିନ୍ଦୀ ଦିବସ ପାଳନ ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ତୃତୀୟ ଭାଷା ହିନ୍ଦୀ ବିଷୟରେ ୯୫ ପ୍ରତିଶତ ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ଜିଲ୍ଲାର ଶତାଧିକ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପ ଗୁଚ୍ଛ ସହ କିଛି ଶିକ୍ଷଣୀୟ ପୁସ୍ତକ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ହିନ୍ଦୀ ଶିକ୍ଷକ ଭକ୍ତ ନାଏକ ଓ ଅମିତ ବାଗଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭା ପରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୀ ଶିକ୍ଷକ ସଂଘର କର୍ମକର୍ତା, ୧୪ଗୋଟି ବ୍ଲକ ର ଦାୟିତ୍ୱ ରେ ଥିବା ହିନ୍ଦୀ ଶିକ୍ଷକ ଶିକ୍ଷୟତ୍ରୀ, ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande