କେନ୍ଦ୍ରାପଡ଼ା, ୧୪ ସେପ୍ଟେମ୍ବର(ହି.ସ.) –କେନ୍ଦ୍ରାପଡ଼ା ବ୍ଲକ ଅର୍ନ୍ତଗତ ଗୁଲନଗର ପଂଚାୟତ ମହାଲକ୍ଷ୍ମୀ ପୂଜା କମିଟିର ନୂତନ କର୍ମକର୍ତା ଗଠନ ଓ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନୂତନ ଭାବରେ ଚୟନ କରାଯାଇଥିବା ସଭାପତି ମାଗୁଣି ଚରଣ ବେହେରାଙ୍କ ସଭାପତିତ୍ୱରେ ବୈଠକରେ ସମସ୍ତ କର୍ମକର୍ତାମାନଙ୍କୁ ଦାୟିତ୍ୱ ବଂଟନ କରାଯାଇଥିଲା । ଆଜିର ବୈଠକରେ ବିଗତ ବର୍ଷର ଆୟ/ବ୍ୟୟ ଉପରେ ଏବଂ ଚଳିତ ବର୍ଷର ଆୟ ଓ ବ୍ୟୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆସନ୍ତା ଗଜଲକ୍ଷ୍ମୀ ପୂଜା ସରସ ସୁନ୍ଦର ହେବାପାଇଁ ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ମତାମତକୁ ଗ୍ରହଣ କରାଯାଇ ଓ ଏକାଠି ହୋଇ ସୂଚାରୁ ରୂପେ ପରିଚାଳନା କରିବାକୁ ନିଷ୍ପତି ନିଆଯାଇଥିଲା। ନୂତନ ଭାବେ ଗଠନ କରାଯାଇଥିବା କମିଟିର ସଭାପତି ମାଗୁଣୀ ଚରଣ ବେହେରା, ସମ୍ପାଦକ ଅଶ୍ୱନି କୁମାର ଦାସ, ଉପସଭାପତି ସହଦେବ ସେଠୀ, ଉପସମ୍ପାଦକ ଦେବେନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ସୁକାନ୍ତ ଶତପଥିଙ୍କୁ ମନୋନିତ କରାଯାଇଥିଲା । ଆଜି ଏହି ବୈଠକରେ ପ୍ରଶାସନ ଦ୍ୱାରା ନିଷ୍ପତି କରାଯାଇଥିବା ସମସ୍ତ ନିୟମକୁ ସୁଚାରୁ ରୂପେ ପାଳନ କରିବା ସଭାପତି ସଦସ୍ୟମାନଙ୍କୁ ନିବେଦନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି