ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)- ଆଜି ୧୪ ସେପ୍ଟେମ୍ବର ରାଷ୍ଟ୍ରୀୟ ହିନ୍ଦୀ ଦିବସ l ଏହି ଉପଲକ୍ଷେ ଜୟପୁର ସିଟି ଗାର୍ଲସ ହାଇସ୍କୁଲ ଠାରେ ହିନ୍ଦୀ ଦିବସ ପାଳନ କରାଯାଇଥିଲା l ଏଥିରେ ଅବସରପ୍ରାପ୍ତ ଜୀବନ ବୀମା କର୍ପୋରେସନର ହିନ୍ଦୀ ଅନୁବାଦକ ମହେନ୍ଦ୍ର କୁମାର ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଏବଂ ସଙ୍ଗୀତଜ୍ଞ ତଥା ରମଣ ମେମୋରିଆଲ ଟ୍ରଷ୍ଟ ସଭ୍ୟ ଧିରେନ ମୋହନ ପଟନାୟକ ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାଧା ମୋହନ ପଣ୍ଡା, ମହମ୍ମଦ ୱାହେଦ ସାରିଫ, ତେଲୁଗୁ ସାଂସ୍କୃତିକ ସମିତି ସଭାପତି ବିରେଶ ପଟ୍ଟନାୟକ, ସିଟି ଇଂଲିଶ ମିଡିୟମ ସ୍କୁଲ ପ୍ରିନସିପାଲ ସୁଧାକର ପଟନାୟଜ, ସିଟି ଇଂଲିଶ ମିଡିୟମ ସ୍କୁଲ ସଭାପତି ଆରକୁଲୁ ଶ୍ରୀନିଭାସ ରାଓ ଯୋଗଦେଇ ହିନ୍ଦୀ ଦିବସର ତାତ୍ପର୍ଯ୍ୟ ବିଷୟରେ କହିଥିଲେ l ଏହି ଅବସରରେ ବକ୍ତା ମାନେ ଜୟପୁରରେ ହିନ୍ଦୀ ପ୍ରଚାର ସମିତିର ମୁଖ୍ୟ ପ୍ରଚାରକ ସ୍ବର୍ଗତ ରମଣ ସାର ଙ୍କ ହିନ୍ଦୀର ପ୍ରସାର ପାଇଁ ଶେଷ ନିଶ୍ଵାସ ଯାଏଁ ନିସ୍ଵାର୍ଥପର ଚେଷ୍ଟା ଜାରୀ ରଖିଥିବା କଥା କହିଥିଲେ l ହିନ୍ଦୀ ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ହିନ୍ଦୀ ରଚନା, ହିନ୍ଦୀ ବତକୃତା, କବିତା, ଗଳ୍ପ ରଚନା କବିତା ଆବୃତ୍ତି, ଏମିତି ଅନେକ ପ୍ରତିଯୋଗିତାର ବିଜୟତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l
ଏହି ଉତ୍ସବରେ ହିନ୍ଦୀ ଶିକ୍ଷୟତ୍ରୀ କଳ୍ପନା ରଥ ଏବଂ ପପିତା ପ୍ରଧାନଙ୍କୁ ସମ୍ମାନୀତ କରାଯାଇଥିଲା l ଶେଷରେ ସିଟି ଗାର୍ଲସ ହାଇସ୍କୁଲ ର ହିନ୍ଦୀ ଶିକ୍ଷକ ପ୍ରତାପ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଜୟପୁର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି