ସୁବର୍ଣ୍ଣପୁର ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ମା ସୁରେଶ୍ୱରୀଙ୍କ ଆଜ୍ଞାମାଳା ପରେ ଶୁଭାରମ୍ଭ ହେଲା ଶିବିର ଯୋଗଦେଲେ ଜିଲ୍ଲାପାଳ, ପ୍ରାକ୍ତନ ବିଚାରପତି, ପ୍ରମେୟ ଗ୍ରୁପ ଏଡ଼ିଟର
ସୁବର୍ଣ୍ଣପୁର, ୧୪ ସେପ୍ଟେମ୍ବର(ହି.ସ.) – ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ, ସାମନ୍ତ ସାହି, କେନାଲ ରୋଡ୍‌, କଟକର ୫୫ତମ ମେଗା ସ୍ୱାସ୍ଥ୍ୟ ଶିବିର ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମବାସୀଙ୍କ ପାଇଁ ମା’ ସୁରେଶ୍ୱରୀ ମନ୍ଦିର ପରିସରରେ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ପରିଚାଳନା ଏବଂ ତତ୍ୱାବ
ସୁବର୍ଣ୍ଣପୁର ଠାରେ ମେଗା ସ୍ୱାସ୍ଥ୍ୟ ଶିବିର*- *ମା ସୁରେଶ୍ଵରୀ ଙ୍କ ଆଜ୍ଞା ମାଳା ପରେ ଶୁଭାରମ୍ଭ ହେଲା ଶିବିର - ଯୋଗଦେଲେ ଜିଲ୍ଲାପାଳ, ପ୍ରାକ୍ତନ ବିଚାରପତି, ପ୍ରମେୟ ଗ୍ରୁପ ଏଡ଼ିଟର


ସୁବର୍ଣ୍ଣପୁର, ୧୪ ସେପ୍ଟେମ୍ବର(ହି.ସ.) – ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ, ସାମନ୍ତ ସାହି, କେନାଲ ରୋଡ୍‌, କଟକର ୫୫ତମ ମେଗା ସ୍ୱାସ୍ଥ୍ୟ ଶିବିର ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମବାସୀଙ୍କ ପାଇଁ ମା’ ସୁରେଶ୍ୱରୀ ମନ୍ଦିର ପରିସରରେ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ପରିଚାଳନା ଏବଂ ତତ୍ୱାବଧାନ କରିଥିଲେ ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡକ୍ଟର ଦତେଶ୍ୱର ହୋତା। ମା’ ସୁରେଶ୍ୱରୀ ଙ୍କଠାରୁ ଆଜ୍ଞା ମାଳା ଗ୍ରହଣ କରିବା ପରେ ଶିବିର ଆରମ୍ଭ ହୋଇଥିଲା। ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଶ୍ରୀ ଚିତରଞ୍ଜନ ଦାଶ ସ୍ୱତନ୍ତ୍ର ଅତିଥି, ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଟ୍ରଷ୍ଟର ଏହି ମହତ୍ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି ଟ୍ରଷ୍ଟର ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ପ୍ରମେୟ ଖବର କାଗଜର ଗ୍ରୁପ୍ ଏଡ଼ିଟର ଶ୍ରୀ ଗୋପାଳ କୃଷ୍ଣ ମହାପାତ୍ର, ନିଉଜ୍‌- ୭ ଟିଭି ଚ୍ୟାନେଲ ଏକ୍ସିକ୍ୟୁଟିଭ ଏଡ଼ିଟର ଦେବ ନାରାୟଣ ସେଠି, ସୁବର୍ଣ୍ଣପୁର ଡିଏଫ୍‌ଓ ମଦନ ଲାଲ ଶର୍ମା, ଟ୍ରଷ୍ଟ ଅଧ୍ୟକ୍ଷ ଗୋଧନେଶ୍ୱର ହୋତା, ସମ୍ପାଦକ ରାଜେଶ୍ୱର ହୋତା, ମ୍ୟାନେଜିଙ୍ଗ ଟ୍ରଷ୍ଟି ଡାକ୍ତର ଦତେଶ୍ୱର ହୋତା, ଡାକ୍ତର ସୁଜାତା ପୁଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ପରିଦର୍ଶନ କରି ଆୟୋଜକ ଓ ସ୍ୱେଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଭୁବନେଶ୍ୱର, କଟକ, ବୁର୍ଲା, ସମ୍ବଲପୁର ଏବଂ ବଲାଙ୍ଗିରରୁ ଲବ୍ଧ ପ୍ରତିଷ୍ଠିତ ବିଶେଷଜ୍ଞ ଏବଂ ସୁପର ସ୍ପେଶାଲିଟିର ୨୨ ଜଣ ଡାକ୍ତର ରୋଗୀଙ୍କୁ ଉତମ ସେବା ପ୍ରଦାନ କରିଥିଲେ। ରୋଗୀମାନଙ୍କ ପାଇଁ ବିଭିନ୍ନ ରକ୍ତ ପରୀକ୍ଷା, ୟୁରୋଫ୍ଲୋମେଟ୍ରି, ପଲ୍‌ମୋନାରୀ ଫଙ୍କସନ୍ ଟେଷ୍ଟ, ଇସିଜି ଇତ୍ୟାଦି ଯାଂଚ କରାଯାଇଥିଲା। ଆଜିର ମେଗା ସ୍ୱାସ୍ଥ୍ୟ ଶିବିରରେ ୧୨୦୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରା ଯାଇଥିଲା। ଶିବିରରେ ରୋଗୀ ଙ୍କ ପାଇଁ ମାଗଣା ଚଷମା, ଲମ୍ବର ବେଲ୍ଟ, ସର୍ଭାଇକାଲ୍ କଲାର ଏବଂ ଆଣ୍ଠୁ କ୍ୟାପ୍ ସହିତ ମାଗଣା ଔଷଧ ଏବଂ ପ୍ରସାଦ ପ୍ରଦାନ କରାଯାଇଥିଲା କ୍ଷ ବିଶେଷଜ୍ଞଙ୍କ ଦ୍ୱାରା ଫିଜିଓଥେରାପି ତାଲିମ ମଧ୍ୟ ଦିଆଯାଇଥିଲା। ଦନ୍ତ ସର୍ଜନ ଦନ୍ତ ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା କରିଥିଲେ ଏବଂ ଦାନ୍ତ ମଧ୍ୟ ବାହାର କରିଥିଲେ। ଗ୍ରାମାଂଚଳର ରୋଗୀମାନେ ଶୃଙ୍ଖଳା ଓ ଆଗ୍ରହ ର ସହ ଶିବିରରେ ଯୋଗ ଦେଇଥିଲେ। ଶିବିର ପରିଚାଳନାରେ ୬୦ ଜଣ ପାରା ମେଡିକାଲ୍ ଏବଂ ସହାୟକ କର୍ମଚାରୀଙ୍କ ଏକ ଦଳ ସାହାଯ୍ୟ କରିଥିବା ବେଳେ ୪୦ ଜଣ ସ୍ଥାନୀୟ ସ୍ୱେଛାସେବୀ ପୂର୍ଣ୍ଣ ସହଯୋଗ କରିଥିଲେ। ଟ୍ରଷ୍ଟର ମିଡିଆ ସେଲ ବିପିନ ସିଂ ମିଡିଆଙ୍କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଟ୍ରଷ୍ଟ ର ଅଧ୍ୟକ୍ଷ ଓ ମେନେଜିଂ ଟ୍ରଷ୍ଟି ଜିଲ୍ଲା ପ୍ରଶାସନ ଓ ମା’ ସୁରେଶ୍ୱରୀ ମନ୍ଦିର ଯଜ୍ଞ କମିଟିର ସଦସ୍ୟ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଗଭୀର କୃତଜ୍ଞତା ଜଣାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସଚେତନତା, ବିଭିନ୍ନ ରୋଗ ଚିହ୍ନଟ, ମାଗଣା ଔଷଧ, ଚଷମା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସହାୟକ ଯୋଗାଇବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା।

ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଅପହଂଚ ଅଂଚଳର ରୋଗୀଙ୍କ ସେବା ପ୍ରଦାନ ଉଦ୍ଦେଶ୍ୟରେ ଆଜିର ଏହି ଶିବିର ଆୟୋଜନ କରିଥିବା ପ୍ରକାଶ କରିଛନ୍ତି। ଆଜିର ଏହି ଶିବିର ପରିଚାଳନାରେ ସ୍ୱଚ୍ଛ ଭାରତ ସଂଗଠନ, ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି, ବରିଷ୍ଠ ନାଗରିକ ସଂଘ, ସୋନପୁର କଲେଜ ଏନସିସି, ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande