ଖତଖାଉଛି ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି
ମାଲକାନଗିରି, ୧୪ ସେପ୍ଟମ୍ବର (ହି.ସ.) - ମାଲକାନଗିରି ନିୟନ୍ତ୍ରୀତ ବଜାର କମିଟି ତରଫରୁ ୨୭ ଲକ୍ଷ ଟଙ୍କାର ଦୁଇଟି ଆଧୁନିକ ଜ୍ଞାନ କୌଶଳଯୁକ୍ତ ଧାନ ସଫେଇ ଯନ୍ତ୍ର ୨୦୨୪ ମସିହାରେ କ୍ରୟକରି ୨୦୨୫ ମସିହାର ବର୍ଷ ଶେଷରେ ସମାଜମଙ୍ଗଳ ବିଭାଗ ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବାର
ଖତଖାଉଛି ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି


ମାଲକାନଗିରି, ୧୪ ସେପ୍ଟମ୍ବର (ହି.ସ.) - ମାଲକାନଗିରି ନିୟନ୍ତ୍ରୀତ ବଜାର କମିଟି ତରଫରୁ ୨୭ ଲକ୍ଷ ଟଙ୍କାର ଦୁଇଟି ଆଧୁନିକ ଜ୍ଞାନ କୌଶଳଯୁକ୍ତ ଧାନ ସଫେଇ ଯନ୍ତ୍ର ୨୦୨୪ ମସିହାରେ କ୍ରୟକରି ୨୦୨୫ ମସିହାର ବର୍ଷ ଶେଷରେ ସମାଜମଙ୍ଗଳ ବିଭାଗ ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ସମ୍ପାଦକ ଦେବୀ ତ୍ରୀପାଠୀ କହିଛନ୍ତି । ଏହି ବିଷୟରେ ମିଶନ୍ ଶକ୍ତି ଡି ପି ଏମ୍ ହର୍ଷାନନ୍ଦ ପ୍ରଧାନ କହିଛନ୍ତି ଏ ବିଷୟରେ ଆମେ ୨୦୨୫ ଜାନୁଆରିରେ ହିଁ ନାମ ଚୟନ କରି ଉପଜିଲ୍ଲାପାଳଙ୍କୁ ଜଣାଇଦେଇଛୁ ବର୍ତମାନ ଚଳିତ ମାସ ଏକ ମହିଳା ଗ୍ରୁପ୍ ନାମ ଦେବାକୁ ପତ୍ର ଆସିଛି ଏହି ବିଷୟରେ କାର୍ଯ୍ୟ ଚାଲିଛି, ଅତିଶିଘ୍ର ଆମେ ଏହା ମଧ୍ୟ ଚୟନ କରିଦେବୁ । କଥା ଉଠିଛି ଦୀର୍ଘ ଦିନଧରି କାର୍ଯ୍ୟାଳୟ ସାମନାରେ ଦୁଇଟି ଅତ୍ୟାଧୁନି କ ମୋବାଇଲ୍ ପେଡି କ୍ଲିର୍ନ ଯାହାର ମୁଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ଗୋଟିକର ଛକଫାଟି ଆଁ ହୋଇଯାଇଥିବା ବେଳେ ଏକ ବର୍ଷପ୍ରାୟ ଆଉ ଖରାବର୍ଷାରେ ଯନ୍ତ୍ରଗୁଡିକ ପଡିରହିଥିବାରୁ ଏହା ବର୍ତମାନ ସଠିକ କାର୍ଯ୍ୟ କରିବ କି ନାହିଁ ସନ୍ଦେହ ଘେରରେ ଘରରେ ରହିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande