ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ, ସମାଜ ଦୁର୍ବଳ ହେବ
ମାସିକ ରଚନା ସନ୍ଧ୍ୟା ରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ସମାଜର ବିକାଶ ପାଇଁ କେତେ ସହାୟକ ?ଆଲୋଚନା
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ, ସମାଜ ଦୁର୍ବଳ ହେବ


ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ, ସମାଜ ଦୁର୍ବଳ ହେବ


ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ, ସମାଜ ଦୁର୍ବଳ ହେବ


ବଲାଙ୍ଗିର, ୧୪ ସେପ୍ଟେମ୍ବର (ହି.ସ.)- ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ, ସମାଜ ଦୁର୍ବଳ ହେବ l ସମାଜ ଦୁର୍ବଳ ହେଲେ, ରାଷ୍ଟ୍ର ଦୁର୍ବଳ ହୋଇଯିବ l ଛାତ୍ରଛାତ୍ରୀମାନେ କେବଳ ବୃତ୍ତିଗତ ଯୋଗ୍ୟତା ପାଇଁ ଶିକ୍ଷା ପ୍ରତି ଆକୃଷ୍ଟ ନ ହୋଇ ନୀତିଗତ ଶିକ୍ଷାରେ ମଧ୍ୟ ମନୋନିବେଶ କରିବା ଆବଶ୍ୟକ। ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ 'ରଚନା' ଦ୍ୱାରା ସ୍ଥାନୀୟ ପି ପି ଏକାଡେମୀ ସଭାକକ୍ଷରେ ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ଆମ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ସମାଜର ବିକାଶ ପାଇଁ କେତେ ସହାୟକ ? ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି l ଏଥିରେ ଅତିଥିବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ପାଣିଗ୍ରାହୀ, ସୁଲେଖକ ଶେଖ ଅବଦୁଲ୍ କାଶମ, ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼ ଆରତୀ ତ୍ରିପାଠୀ, ସାମାଜିକକର୍ମୀ ହେମନ୍ତ କୁମାର ପଣ୍ଡା ଯୋଗଦେଇ ଶିକ୍ଷକମାନଙ୍କ ଭିତରେ ଶିକ୍ଷା ପ୍ରତି ଆନ୍ତରିକତା ରହିଲେ ଏବଂ ସମ୍ପ୍ରତି ଶିକ୍ଷା ବ୍ୟବସ୍ଥା ଭିତରେ ପ୍ରାଚୀନ ଶିକ୍ଷା ପଦ୍ଧତିକୁ ମଧ୍ୟ ସାମିଲ କରି ପାରିଲେ, କେବଳ ଛାତ୍ରଛାତ୍ରୀମାନଙ୍କ ସ୍କୁଲ ବ୍ୟାଗର ଓଜନ ନ ବଢ଼ି ସେମାନଙ୍କ ଭିତରେ ନୈତିକ ମୂଲ୍ୟବୋଧ, ସାମାଜିକ ଜ୍ଞାନର ବିକାଶ ହୋଇ ପାରିବ l ଶିକ୍ଷକମାନଙ୍କୁ କେବଳ ଶିକ୍ଷାଦାନ ପାଇଁ ସୁଯୋଗ ଦେଇ ଅନ୍ୟ କାର୍ଯ୍ୟରେ ନିୟୋଜିତ ନ କଲେ ସେମାନଙ୍କ ଭିତରେ ଶିକ୍ଷାଦାନ ପ୍ରତି ଆଗ୍ରହ ବଢିବ ବୋଲି ମତ ଦେଇଥିଲେ l

ସଭା ଆରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ l 'ରଚନା'ର ସମ୍ପାଦକ ଭାଗିରଥି ମିଶ୍ର, କୋଷାଧକ୍ଷ ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଅନେକ ସଦସ୍ୟ, ସହରର ଅନେକ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଭଦ୍ରମହିଳା ଏଥିରେ ଯୋଗ ଦେଇଥିଲେ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ 'ରଚନା'ର ସଭାପତି ସନାତନ ଠାକୁର l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande