ବଲାଙ୍ଗିର, ୧୪ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଜିଲା ସଦର ବ୍ଲକ ଖୁଜେନପାଲି ଗ୍ରାମର କଳାକାରପଡ଼ାର ୯ ଜଣ ଛତୁ ଖାଇ ଅସୁସ୍ଥ ହେବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ରଘୁ ତାଣ୍ଡି ଫାସଡ଼ରୁ ଖୁଜେନପାଲି ଗ୍ରାମକୁ ଆସୁଥିବା ବେଳେ ରାସ୍ତାକଡ଼ରେ ଛତୁ ଫୁଟିଥିବା ଦେଖିବାକୁ ପାଇଥିଲେ। ସେଇ ଛତୁ ତୋଳି ଘରକୁ ନେଇଥିଲେ। ଦିନ ବେଳା ରନ୍ଧା ସରିଲା ପରେ ପରିବାର ଲୋକେ ମନ ଖୁସିରେ ଏକାଠି ମିଶି ଛତୁ ତରକାରୀ ଖାଇଥିଲେ। ହେଲେ ଦୁଇ ଘଣ୍ଟା ପରେ ପରିବାରର ସମସ୍ତଙ୍କର ବାନ୍ତି ହୋଇଥିଲା। ସେମାନେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ।
ଛତୁ ଖାଇ ପରିବାର ଲୋକେ ଅସୁସ୍ଥ ହୋଇଥିବା ଗ୍ରାମବାସୀ ଜାଣିବା ପରେ ସେଇ ପରିବାରର ୯ ଜଣ ସଦସ୍ୟଙ୍କୁ ହସ୍ପିଟାଲକୁ ନେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ, ଜଣେ ନାବାଳିକା ଓ ୪ ଜଣେ ମହିଳା ରହିଛନ୍ତି। ରଘୁମଣି ତାଣ୍ଡି (୩୫), ବଶିଷ୍ଠ ତାଣ୍ଡି,(୨୩) ଗଣେଶ ସୁନା (୫୫)କୃଷ୍ଣା ତାଣ୍ଡି (୬୦), ଲିଜା ସୁନା (୧୫), ମହରଗି ତାଣ୍ଡି (୪୦), କିୟା ସୁନା( ୬୦), ସୁକାନ୍ତି ତାଣ୍ଡି (୩୫),
ସୁକାନ୍ତି ଛତ୍ରିଆ (୬୦)ଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ