ବୁଢାନଦୀ କୂଳରୁ ବୃଦ୍ଧ ବ୍ୟକ୍ତିର ମୃତ ଦେହ ଉଦ୍ଧାର
କୋରେଇ, ୧୪ ସେପ୍ଟେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନ୍ଦପୁର ପଂଚାୟର ବୁଢାନଦୀର ରୁଢିଆ ନିକଟରୁ ଆଜି ଅପରାହ୍ନରେ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି । ବୈତରଣୀ ନଦୀର ଶାଖାନଦୀ ବୁଢାନଦୀ କୂଳ ଅମରି ବୁଦା ନିକଟରେ ଏକ ଶବ ଭାସୁଥିବା ଦେଖି ପାଣିକୋଇଲି ଥାନାକୁ ଖବର ଦିଆଯାଇଥିଲା ।
ବୁଢାନଦୀ କୂଳରୁ ବୃଦ୍ଧ ବ୍ୟକ୍ତିର ମୃତ ଦେହ ଉଦ୍ଧାର


କୋରେଇ, ୧୪ ସେପ୍ଟେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନ୍ଦପୁର ପଂଚାୟର ବୁଢାନଦୀର ରୁଢିଆ ନିକଟରୁ ଆଜି ଅପରାହ୍ନରେ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି । ବୈତରଣୀ ନଦୀର ଶାଖାନଦୀ ବୁଢାନଦୀ କୂଳ ଅମରି ବୁଦା ନିକଟରେ ଏକ ଶବ ଭାସୁଥିବା ଦେଖି ପାଣିକୋଇଲି ଥାନାକୁ ଖବର ଦିଆଯାଇଥିଲା । ଥାନା ସବଇନ୍ସପେକ୍ଟର ସୁମିତ କୁମାର କୁଜୁର, ହାବିଲଦାର ସୁଲୋଚନ ବେହେରା ସଦଳବଳେ ନଦୀକୂଳରେ ପହଂଚିଥିଲେ । ଉକ୍ତ ଶବଟି କେଉଁଆଡୁ ଭାସି ଆସିଥିବା ଅନୁମାନ କରାଯାଉଥିଲା । ଶବଟି ଫୁଲି ଚମଡା ଛାଡିଯାଇଥିବା ବେଳେ ଶରୀରଟି ସମ୍ପୂର୍ଣ୍ଣ କଳା ପଡିଯାଇଥିବା ଦେଖିବାକୁ ମିଳିଥିଲା । ନଦୀ ବଢିରେ ଏହା ଭାସି ଆସିଥିବା କୁହାଯାଉଥିଲା । ପୁଲିସ ଘଟଣାସ୍ଥଳେ ପହଂଚି ଶବ ଉଦ୍ଧାର କରିବା ପରେ ଏହା ମାଳଆନ୍ଦପୁର ପଂଚାୟତ ବ୍ରଜନଗର ଗ୍ରାମର ନାଗା ମଳିକଙ୍କ ମୃତ ଦେହ ବୋଳି ପରିବାର ଲୋକ ପହଂଚି ଚିହ୍ନଟ କରିଥିଲେ । ତିନି ଦିନ ହେବ ଛତିଆ ଯିବ କହି ନାଗା ଘରୁ ବାହାରିଥିଲା । ତେଣୁ ତାକୁ ଆଉ କେହି ଖୋଜିନଥିଲେ । ହେଲେ ତାଜି ତାର ମୃତ ଦେହ ମିଳିବା ପରେ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛ୍ୟେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande