ଭଦ୍ରକ, ୧୪ ସେପ୍ଟେମ୍ବର (ହି.ସ.) - ପତଞ୍ଜଳୀ ଯୋଗ ସମିତିର ବୈଠକ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଗୁରୁ ବାବା ରାମଦେବଙ୍କ ଭାରତ ସ୍ୱାଭିମାନ ସଂଗଠନ ର ରାଜ୍ୟ ସଂଗଠନ ପ୍ରମୁଖ ସୁଧାଂଶୁ ଶେଖର ଅଧିକାରୀ ଜିଲ୍ଲା ଯୋଗ ପ୍ରଚାରକ ତଥା ଯୋଗଗୁରୁ ଧରଣୀ ଧର କରଙ୍କୁ ଭଦ୍ରକ ସଂଗଠନର ପ୍ରମୁଖ ଦାୟିତ୍ୱ ପ୍ରଦାନ କରିଛନ୍ତିି । ଶ୍ରୀ କରଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ବାବା ରାମଦେବ ଓ ଓଡିଶା ରାଜ୍ୟ ପ୍ରଭାରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଜିଲ୍ଲାର ସମସ୍ତ ଯୋଗ ଶିକ୍ଷକ ଓ ସାଧକ ମାନଙ୍କୁ ମିଳିତ ଭାବରେ ନିଜେ ଯୋଗ ଭ୍ୟାସ ଓ ସମଗ୍ର ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ପାଇଁ ପ୍ରେରଣା ଦେଇଛନ୍ତି । ଯୋଗ ଷେତ୍ରରେ ଜିଲ୍ଲାର ପ୍ରମୁଖ ଭାବେ ତାଙ୍କୁ ଦାୟିତ୍ୱ ମିଳି ଥିବାରୁ ଶିକ୍ଷକ ଓ କାର୍ଯ୍ୟକର୍ତା ମାନେ ତାଙ୍କୁ ସୁଭେଚ୍ଛା ଜଣାଇଛନ୍ତି।କାର୍ଯ୍ୟକ୍ରମରେ ଯୋଗ ଗୁରୁ ସୁରେନ୍ଦ୍ର ଦାସ, ମହିଳା ପ୍ରଭାରୀ ଅର୍ପୀତା ମାହାନ୍ତି, ସହ ପ୍ରଭାରୀ ସସ୍ମିତା ଦାସ, କୋଷାଧ୍ୟକ୍ଷ ହରେକୃଷ୍ନ ଯେନା, ଯୁବ ପ୍ରଭାରୀ ଚିନ୍ମୟ ସାହୁ, ଗିରିଶ ପାଢୀ , ଯୋଗୀ ସଂଜୀବ ନାୟକ, କାହ୍ନୁ ଚରଣ ସାହୁ, ସଂଜୟ ନାୟକ, ସନ୍ତୋଷ ନାଥ , ପଞ୍ଚାନନ ମିଶ୍ର , ସୁଦର୍ଶନ ଯେନା, ଆରତୀ ପାଣିଗ୍ରାହୀ, ଆଶାରାଣୀ ମୁଦୁଲି, ରମାମଣୀ ପଣ୍ଡା, ଜୟଶ୍ରୀ ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ଯ ରଖିଥିଲେ । ସନ୍ତୋଷ ପଣ୍ଡା, ମଳୟ ରାଉଳ, କାଳନ୍ଦୀ ପାତ୍ର, ଶିଶିର ପାତ୍ର, ଶ୍ରୀବଛ କର ଓ ଚନ୍ଦ୍ରଶେଖର କର ପ୍ରମୁଖ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ ।ପ୍ରକାଶ ଯେ ଯୋଗଗୁରୁ ଶ୍ରୀ କରଙ୍କ ଠାରୁ ତାଲିମପ୍ରାପ୍ତ ହୋଇ ଜିଲ୍ଲାର ବିଭିନ୍ନ ଡାକ୍ତର ଖାନାରେ ଯୋଗ ଶିକ୍ଷକ ଭାବେ ଏକାଧିକ ନିଯୁକ୍ତି ପାଇ ସାରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ