ପାନପୋଷ ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ରାଜ୍ୟସ୍ତରୀୟ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ
ସମ୍ବଲପୁର, ୧୪ ସେପ୍ଟେମ୍ବର (ହି.ସ.)- ଓଡିଶା ବ୍ୟାଡ଼ମିଣ୍ଟନ ସଂଘ ( ଓଏସବିଏ ) ଆନୁକୂଲ୍ୟରେ ତଥା ରାଉରକେଲା ବ୍ୟାଡ଼ମିଣ୍ଟନ ସଂଘର ସହଯୋଗରେ ପାନପୋଷ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେଉଥିବା ୩ ଦିନିଆ ୧୯ ବର୍ଷ ବୟସ ରୁ କମ ରାଜ୍ୟସ୍ତରୀୟ ଜୁନିଅର ରେଙ୍କିଙ୍ଗ
ପାନପୋଷ ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ରାଜ୍ୟସ୍ତରୀୟ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ-୨


ପାନପୋଷ ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ରାଜ୍ୟସ୍ତରୀୟ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ


ସମ୍ବଲପୁର, ୧୪ ସେପ୍ଟେମ୍ବର (ହି.ସ.)- ଓଡିଶା ବ୍ୟାଡ଼ମିଣ୍ଟନ ସଂଘ ( ଓଏସବିଏ ) ଆନୁକୂଲ୍ୟରେ ତଥା ରାଉରକେଲା ବ୍ୟାଡ଼ମିଣ୍ଟନ ସଂଘର ସହଯୋଗରେ ପାନପୋଷ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେଉଥିବା ୩ ଦିନିଆ ୧୯ ବର୍ଷ ବୟସ ରୁ କମ ରାଜ୍ୟସ୍ତରୀୟ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି l

ବରିଷ୍ଠ ବ୍ୟାଡ଼ମୀଣ୍ଟନ ଅଫିସିଆଲ ଅସିତ ପଟ୍ଟନାୟକ ଙ୍କର ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଗ୍ରୀନ ବେୟ ବାଇଓଟେକ ଇଣ୍ଟେରନେସନଲ ର ନିର୍ଦେଶକ ଆଲୋକ ଅଗ୍ରୱାଲ, ଚନ୍ଦ୍ରା ଇଞ୍ଜିନିଅରଙ୍ଗ ର ପରିଚାଳନା ନିର୍ଦେଶକ ଆଶିଷ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ଟୁର୍ନାମେଣ୍ଟ ର ଚିଫ ରେଫରୀ ବିଜୟ କୁମାର ବାଗ, ଟୁର୍ନାମେଣ୍ଟ ଅବଜର୍ଭର ମନୋରଞ୍ଜନ ପଣ୍ଡା, ଟୁର୍ନାମେଣ୍ଟ ଡାଇରେକ୍ଟର ସୁଦୀପ୍ତ ବିଷୋୟୀ, ଶୁଭମ ନାଏକ, କାର୍ଯ୍ୟକାରୀ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ଓ ଜୟ ପ୍ରକାଶ ସିଂ, ସୁନ୍ଦରଗଡ଼ ବ୍ୟାଡ଼ମୀଣ୍ଟନସଂଘ ର ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ଭୋଇ, ଓଏସବିଏ ର ଟେକ୍ନିକାଲ ଅବଜାର୍ଭର ଲକ୍ଷପତି ନନ୍ଦ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l

ଆଜି ବିଭିନ୍ନ ବର୍ଗ ରେ ଫାଇନାଲ ଖେଳ ଗୁଡିକ ଖେଳାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ରାଉରକେଲା ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଏକ ଯୁବ ପିଢ଼ି ମାନେ ବ୍ୟାଡ଼ମୀଣ୍ଟନ ଖେଳ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଏକ ଶୁଭ ସୂଚନା ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ l

ବାଳକ ଓ ବାଳିକା ବର୍ଗରେ ରାଜ୍ୟରୁ ପ୍ରାୟ ୮୦ ଜଣ ଖେଳାଳି ଏହି ରେଙ୍କିଙ୍ଗ ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି l ଟୁର୍ନାମେଣ୍ଟରେ ସିଙ୍ଗିଲ୍ସ, ଡବଲସ, ମିକ୍ସ ଡବଲସ ବର୍ଗରେ ମ୍ୟାଚ ଗୁଡିକ ଅନୁଷ୍ଠିତ ହୋଇଥିଲା l ବାଳକ ବିଭାଗର ସିଙ୍ଗିଲ୍ସ ବିଭାଗରେ ବାଲେଶ୍ୱରର ମୟଙ୍କ ଭରଦ୍ୱାଜ ବିଜୟୀ ହୋଇଥିବା ବେଳେ ଖୋର୍ଦ୍ଧାର ସୌମ୍ୟଜିତ ସାହୁ ଉପବିଜେତା ହୋଇଥିଲେ l ବାଳିକା ବିଭାଗର ସିଙ୍ଗିଲ୍ସ ବର୍ଗରେ ସୁନ୍ଦରଗଡ଼ର ଗୀତାଶ୍ରୀ ଦେ ବିଜେତା ହୋଇଥିବା ବେଳେ ଭଦ୍ରକର ଜେସିକା ସାହୁ ଉପବିଜେତା ହୋଇଥିଲେ, ମିକ୍ସ ଡବଲସ ବିଭାଗରେ କୋରାପୁଟର ଆୟୁଷ ତ୍ରିପାଠୀ ଓ ସମ୍ବଲପୁରର ଅସ୍ବୀକା ମିଶ୍ର ବିଜେତା ହୋଇଥିବା ବେଳେ ସମ୍ବଲପୁରର ଜୟକୃଷ୍ଣ ଗର୍ଡିଆ ଓ ଖୋର୍ଦ୍ଧାର ଆଦ୍ୟା ପାଢ଼ୀ ଉପବିଜେତା ହୋଇଥିଲେ l ବାଳକ ଡବଲସ ବିଭାଗରେ ବଲାଙ୍ଗୀରର ଦିଭ୍ୟାମ କେଜ୍ରିୱାଲ ଓ ଜୟେସ ଅଗ୍ରୱାଲ ବିଜେତା ହୋଇଥିବା ବେଳେ ମୟୁରଭଞ୍ଜର ଶ୍ରୀୟାଂଶ ଜେନା ଓ ଢେଙ୍କାନାଳର ଶୁଭକେତନ ମଲ୍ଲିକ ଉପବିଜେତା ହୋଇଥିଲେ, ବାଳିକା ଡବଲସ ବିଭାଗରେ ରାୟଗଡାର ସ୍ୱଇଟି ପ୍ରିୟା ପ୍ରଧାନ ଓ ଖୋର୍ଦ୍ଧା ର ଆଦ୍ୟା ପାଢ଼ୀ ବିଜେତା ହୋଇଥିବା ବେଳେ ଭଦ୍ରକ ର ଜେସିକା ସାହୁ ଓ ଗଞ୍ଜାମ ର ସୋଫିଆ ପାଢ଼ୀ ଉପବିଜେତା ହୋଇଥିଲେ l

ସେପ୍ଟେମ୍ବର ୧୨, ୧୩ ଓ ୧୪ ତିନିଦିନ ବ୍ୟାପି ଆୟୋଜିତ ହୋଇଥିବା ଏହି ଟୁର୍ନାମେଣ୍ଟ କୁ ଓଡିଶା ରାଜ୍ୟ ବ୍ୟାଡ଼ମୀଣ୍ଟନ ସଂଘ ଅନୁମୋଦିତ ଟେକ୍ନିକାଲ ଅଫିସିଆଲ ପ୍ରମିତ ମହାନ୍ତି, ଅସିତ ପଟ୍ଟନାୟକ, ସୌମିତ୍ରୀ ପ୍ରସାଦ ଦାସ, ଅମରଦୀପ କୁଜୁର, ଭରତ ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ସୁଶାନ୍ତ ମହାନ୍ତି, ଆୟୁଷ ନନ୍ଦ, ଅଂଶୁମାନ ପାତ୍ର, ଅନନ୍ତ ବେହେରା, ଅନିଲ ଜର୍ଜ ଓ ହେମାନନ୍ଦ ଥପା ପ୍ରମୁଖ ପରିଚାଳନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande