ଭୁବନେଶ୍ୱର,୧୪ ସେପ୍ଟେମ୍ବର (ହି.ସ.) - ଜିଏସଟି ପରିବର୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା। ସେ କହିଛନ୍ତି ୨୨ ତାରିଖ ପରେ ଯେଉଁ ଦର କମିବ, ସେଥିରେ କେନ୍ଦ୍ର ସରକାର ଇନପୁଟ କ୍ରେଡିଟ ଦେବେ। ହେଲେ ଛୋଟ ବ୍ୟବସାୟୀ ଯାହାର ଜିଏସଟି ନମ୍ବର ନାହିଁ, ସେମାନେ ଏହା ପାଇବେ ନାହିଁ। ସେମାନେ ବାଧ୍ୟ ହୋଇ ପୁରୁଣା ଦରରେ ବିକିବେ। ଯଦି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହାଲେ ବ୍ୟବସାୟ ଆଗକୁ ଯାଇ ପାରିବ ନାହିଁ। ଛୋଟ ବ୍ୟବସାୟୀ ଅଳ୍ପ ସାମଗ୍ରୀ କିଣିଥାନ୍ତି। ଜିଏସଟି ନମ୍ବର ନଥିବାରୁ, ସେମାନେ ଦୈନିକ କମ ପରିମାଣର କିଣନ୍ତି। ଦିନେ ଦୁଇ ଦିନ ପାଇଁ ସେମାନେ ଏପରି କରି ପାରନ୍ତି। ହେଲେ ତା ପରେ ସ୍ୱାଭାବିକ ହୋଇଯିବ। କେନ୍ଦ୍ର ସରକାର ଏମଆରପି ଉପରେ ଏକ ନିୟମ ଆଣନ୍ତୁ। ଯେଉଁଥି ପାଇଁ କେହି ମନଇଚ୍ଛା ଏମଆରପି ଲେଖି ପାରିବେ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା