ଭୁବନେଶ୍ୱର, ୧୪ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ହେଉଛି ବିକଶିତ ଭାରତ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ବିକଶିତ ଓଡ଼ିଶା। ତାକୁ ସାକାର କରିବା ପାଇଁ ଏଭଳି ଏକ ବୃହତ ପଦକ୍ଷେପ ନେବା ଜରୁରି ବୋଲି ବିଜେପି ରାଜ୍ୟ ସଭା ସାଂସଦ ସୁଜିତ କୁମାର କହିଛନ୍ତି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ସେ କହିଛନ୍ତି ୨୦୨୪ରେ ୬୦ ହଜାର କୋଟି ଖର୍ଚ୍ଚ ହୋଇଥିଲା। ରାଜନୈତିକ ଦଳର ଖର୍ଚ୍ଚ ମିଶାଇଲେ ୪ ଲକ୍ଷ କୋଟି ଖର୍ଚ୍ଚ ହୋଇଛି। ନିର୍ବାଚନରେ ଏତେ ଖର୍ଚ୍ଚ ହେଲେ ଦେଶ ଚାଲିବ କେମିତି। ସମ୍ବିଧାନ କହୁଛି ନିରପେକ୍ଷ ନିର୍ବାଚନ। ବିରୋଧୀ କହୁଛନ୍ତି ଏହାଦ୍ୱାରା ଆଂଚଳିକ ଦଳ ଶେଷ ହେଇ ଯିବେ। କିନ୍ତୁ ଏହା ଠିକ ନୁହେଁ। ବିରୋଧୀଙ୍କର ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା