ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)-ରୋଟାରୀ କ୍ଲବ ଜୟପୁର ପ୍ରାଇଡ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜୟପୁର ନିକଟସ୍ଥ ସରସ୍ବତୀ ପେଟ୍ରୋଲ ପମ୍ପ, ଉମୁରିଗ୍ରାମ ଆୟୋଜନ କରାଯାଇଥିଲା I ଏହି ବୃକ୍ଷ ରୋପଣରେ ରୋଟାରି କ୍ଲବ ର ରୋଟାରୀଆନ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସଭାପତି ପ୍ରଦୀପ କୁମାର ସାହୁ, ଉପ ସଭାପତି ରବି ନନ୍ଦ, ସମ୍ପାଦକ ରାମନାଥ ସାହୁ, ଯୋନାଲ ଚେୟାର, ଜିଭି ରାଓ, ରାମହରି ପଣ୍ଡା, କାଲୁରାମ ପଣ୍ଡା,ପ୍ରଭାକର ଚୌଧୁରୀ, ମୁରଲୀଧର ସାବତ, ନରେଶ ମହାକୁଳ, ସ୍ନେହିତ ମିଶ୍ର, କାଳୁ ରାମ ପଣ୍ଡା, ପରେଶ ପାଳ, ନରେଶ ମହାକୁଳ, ଜ୍ୟୋତି ଭୋଇ, ହରି ପ୍ରସାଦ ଓ ମହିଳା ରୋଟାରୀଆନ ବର୍ଷା ବର୍ଣ୍ଣIଳୀ ପ୍ରମୁଖ ଯୋଗଦାନ ପୂର୍ବକ ବୃକ୍ଷ ରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ Iଏହି କାର୍ଯ୍ୟକ୍ରମରେ ଜୟପୁରର ଉଦ୍ୟାନବିତ ଅଧିକାରୀ ମଧ୍ୟ ଯୋଗଦାନ କରିଥିଲେ। ତତପରେ ଜୟପୁରର ପଲିଗୁଡା ଗୋଶାଳା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆମ୍ବ, ଲେମ୍ବୁ, ପିଜୁଳି ଆଦିର ପ୍ରାୟ ଦୁଇ ଶତ ବୃକ୍ଷରୋପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି