ହିମାଚଳରେ ବ୍ୟାପକ ବର୍ଷା, ଚମ୍ବାରେ ଧସିଲା ନ୍ୟାସନାଲ ହାଇୱେ, ଖସିଲା ଗାଡି
ଶିମଲା, 14 ସେପ୍ଟେମ୍ବର (ହି.ସ.)- ହିମାଚଳ ପ୍ରଦେଶରେ ମୌସୁମୀର ତାଣ୍ଡବ ଥମିବାର ନାଁ ନେଉନାହିଁ। ରବିବାର ରାତିରୁ ଆରମ୍ଭ କରି ସକାଳ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳବର୍ଷା ହୋଇଛି। କାଙ୍ଗଡା ଜିଲ୍ଲାର ଧର୍ମଶାଲାରେ ସବୁଠାରୁ ଅଧିକ ୨୩୨ ମି.ମି. ବର୍ଷା ରେକର୍ଡ
ହିମାଚଳରେ ବ୍ୟାପକ ବର୍ଷା,     ଚମ୍ବାରେ ଧସିଲା ନ୍ୟାସନାଲ ହାଇୱେ, ଖସିଲା ଗାଡି


ଶିମଲା, 14 ସେପ୍ଟେମ୍ବର (ହି.ସ.)- ହିମାଚଳ ପ୍ରଦେଶରେ

ମୌସୁମୀର ତାଣ୍ଡବ ଥମିବାର ନାଁ ନେଉନାହିଁ। ରବିବାର ରାତିରୁ ଆରମ୍ଭ କରି ସକାଳ ପର୍ଯ୍ୟନ୍ତ

ରାଜ୍ୟର କିଛି ସ୍ଥାନରେ ପ୍ରବଳବର୍ଷା ହୋଇଛି। କାଙ୍ଗଡା ଜିଲ୍ଲାର ଧର୍ମଶାଲାରେ ସବୁଠାରୁ ଅଧିକ ୨୩୨

ମି.ମି. ବର୍ଷା ରେକର୍ଡ କରାଯାଇଛି। ପାଲମପୁରରେ ୧୨୬ ମି.ମି., ମଣ୍ଡି ଜିଲ୍ଲାର ମୁରାରୀ ଦେବୀ ଅଞ୍ଚଳରେ ୭୯ ମି.ମି. ଏବଂ ସୁନ୍ଦରନଗର

ଓ ଯୋଗୀନ୍ଦରନଗରରେ ୭୭ ମି.ମି. ବର୍ଷା ହୋଇଛି। ରାଜଧାନୀ ଶିମଲାରେ ମଧ୍ୟ ରାତିରେ ପ୍ରବଳ ବର୍ଷା

ଓ ସକାଳଠୁ ଘନ କଳାମେଘ ଛାଇଥିବା ଦେଖିବାକୁ ମିଳିଛି।

ଲଗାତାର ବର୍ଷା ହେବାରୁ

ନଦୀ-ନାଳା ଫୁଲିଛି ଓ ଭୂସ୍ଖଳନର ଘଟଣା ବଢ଼ି ଚାଲିଛି। ଆଜି ରବିବାର ପାଇଁ ପାଣିପାଗ ବିଭାଗ

ହମୀରପୁର,

କାଙ୍ଗଡା, କୁଲ୍ଲୁ, ମଣ୍ଡି, ଶିମଲା, ସୋଲନ ଓ ସିରମୌର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ‘ୟେଲୋ ଆଲର୍ଟ’ ଜାରି କରିଛି। ବିଭାଗ ଚେତାବନୀ ଦେଇଛି ଯେ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ

ବର୍ଷା ସହିତ ଝଡ଼ ଓ ବିଜୁଳି ମାରିବାର ସମ୍ଭାବନା ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande