ଗାନ୍ଧିନଗର, 14 ସେପ୍ଟେମ୍ବର (ହି.ସ.)
- ଗୁଜରାଟର
ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ରବିବାର ଦିନ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ
ଗ୍ରହଣ କରିବା ପାଇଁ ଟ୍ରେନ୍ରେ ମୁମ୍ବାଇ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଲେଡି ଗଭର୍ଣ୍ଣର
ଦର୍ଶନା ଦେବୀ ମଧ୍ୟ ତାଙ୍କ ସହିତ ଥିଲେ। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏହି ଯାତ୍ରା ପାଇଁ
ବିମାନଯାତ୍ରା ପରିବର୍ତ୍ତେ ଟ୍ରେନ୍ ଯାତ୍ରାକୁ ପ୍ରାଥମିକତା ଦେଇ ଆଜି ଅହମଦାବାଦରୁ ମୁମ୍ବାଇ
ପର୍ଯ୍ୟନ୍ତ ତେଜସ୍ ଏକ୍ସପ୍ରେସ୍ ଟ୍ରେନ୍ରେ ଯାତ୍ରା କରି ମୁମ୍ବାଇରେ ପହଞ୍ଚିଛନ୍ତି।
ରାଜ୍ୟ ସୂଚନା ବିଭାଗ ତାର
ବିବୃତ୍ତିରେ କହିଛି ଯେ, ଟ୍ରେନ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟପାଳ ଗାନ୍ଧୀନଗର ରାଜଭବନରୁ ଅହମଦାବାଦ ରେଳ
ଷ୍ଟେସନରେ ପହଞ୍ଚିଯାଇଥିଲେ। ରେଲୱେର ଉଚ୍ଚ ଅଧିକାରୀ ରାଜ୍ୟପାଳ ଓ ଲେଡି ଗଭର୍ଣ୍ଣରଙ୍କ ସ୍ବାଗତ
କରିଥିଲେ ଏବଂ ଯାତ୍ରା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟପାଳ ଅହମଦାବାଦରୁ ମୁମ୍ବାଇକୁ ଯିବା ତେଜସ୍
ଏକ୍ସପ୍ରେସ୍ ଟ୍ରେନ୍ରେ ତାଙ୍କ ସିଟ୍ ଗ୍ରହଣ କରିଥିବା ବେଳେ, ସେଇ କୋଚ୍ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଉତ୍ସୁକ
ହୋଇଯାଇଥିଲେ। ରାଜ୍ୟପାଳ ସମସ୍ତ ଯାତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ ଓ ସେମାନଙ୍କ ସହିତ କଥାବାର୍ତ୍ତା
ମଧ୍ୟ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା