ଧର୍ମଶାଳା, ୧୪ ସେପ୍ଟେମ୍ବର(ହି.ସ.) – ରାଜଧାନୀ ପ୍ରତିଷ୍ଠା ଦିବସର ସଭାପତି, ବରିଷ୍ଠ ସାମ୍ବାଦିକ ତଥା ‘ବନ୍ଦେ ଉତ୍କଳ ଜନନୀ’ ଅନୁଷ୍ଠାନର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇନ୍ଦିରା ପଟ୍ଟନାୟକଙ୍କର ବିୟୋଗରେ ବନ୍ଦେ ଉତ୍କଳ ଜନନୀ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସ୍ୱର୍ଗୀୟା ପଟ୍ଟନାୟକ ଜଣେ ସମାଜସେବୀ, ଧର୍ମପ୍ରାଣା, ସ୍ନେହୀ ତଥା ପରୋପକାରୀ ମହିଳା ଥିଲେ। ରାଜ୍ୟ ଗୃହିଣୀ ସମାଜର ସମ୍ପାଦିକା ଭାବେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ଘଟିଲା ବୋଲି ବନ୍ଦେ ଉତ୍କଳ ଜନନୀ ଅନୁଷ୍ଠାନର ସଭାପତି ପ୍ରାଧ୍ୟାପକ ବଳଭଦ୍ର ଦାଶ ଓ ସମ୍ପାଦକ ଅଇନଜୀବୀ ଶ୍ୟାମପ୍ରସାଦ ଦାଶ ପ୍ରକାଶ କରିଛନ୍ତି। ଉଭୟ ସଭାପତି ଏବଂ ସମ୍ପାଦକ ଅମର ଆତ୍ମାର ସଦ୍?ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟକି ସ୍ୱର୍ଗିୟା ପଟ୍ଟନାୟକ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ଶନିବାର ତାଙ୍କର ପରଲୋକ ଘଟିଅଛ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ