ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚନ, ଆଇଏଏସଅଫିସର ମୁହାଁମୁହିଁ
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)-ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇ । ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି
ଭୁବନେଶ୍ବର କ୍ଲବ ସଭାପତି     ନିର୍ବାଚନ,   ଆଇଏଏସଅଫିସର ମୁହାଁମୁହିଁ


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)-ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ

ମହାଲଢ଼େଇ । ଭୁବନେଶ୍ୱର କ୍ଲବର ପରବର୍ତ୍ତୀ

ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର

ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ

ହ୍ୟାଟ୍ରିକ କରିବେ । ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ

ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି । ଶନିବାର ନିର୍ବାଚନ

ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲା , ରବିବାର ପାଇଁ ବାଲାଟ୍ ଉପରେ ଭୋଟ୍ ଦାନ ଚାଲିଛି । ଯେଉଁ କ୍ଲବ

ମେମ୍ବର ମାନେ ଭୋଟ ଦାନ ପାଇଁ କ୍ଲବ କୁ ଆସିପାରିନାହାନ୍ତି , ସେମାନେ ଇ - ଭୋଟିଂ

ମାଧ୍ୟମରେ ଭୋଟ ଦେଇଛନ୍ତି । ପାଖାପାଖି 500 ଉର୍ଦ୍ଧ ଭୋଟ ଇ- ଭୋଟିଂ ହୋଇଛି । ରବିବାର ସକାଳ ୧୧ଟାରୁ ଭୋଟିଂ

ଚାଲିଛି,

ସାନ୍ଧ୍ୟ ୫ଟା ଭିତରେ କ୍ଲବକୁ ଆସି ମତଦାନ କରିପାରିବେ କ୍ଲବ ସଦସ୍ୟ ।

ରବିବାର ସନ୍ଧ୍ୟା ୬ଟା ପରେ ଫଳାଫଳ ଘୋଷଣା

କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande