ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ
ପୁରୀ, 21 ସେପ୍ଟେମ୍ବର (ହି.ସ.)-ପିତୃପକ୍ଷର ଅନ୍ତିମ ତିଥି ମହାଳୟାର ପବିତ୍ର ଅବସରରେ ରବିବାର ପୁରୀରେ ହଜାର ହଜାର ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଓ ମୋକ୍ଷ ପାଇଁ ଶ୍ରଦ୍ଧାର ସହିତ ପିଣ୍ଡଦାନ କରିବାକୁ ଏକତ୍ର ହୋଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ଉତ୍ତର ଦ୍
ଆଜି ପବିତ୍ର ମହାଳୟା,     ପୁରୀରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ


ପୁରୀ, 21 ସେପ୍ଟେମ୍ବର (ହି.ସ.)-ପିତୃପକ୍ଷର

ଅନ୍ତିମ ତିଥି ମହାଳୟାର ପବିତ୍ର ଅବସରରେ ରବିବାର ପୁରୀରେ ହଜାର ହଜାର ଶ୍ରଦ୍ଧାଳୁ ପିତୃପୁରୁଷଙ୍କ

ଆତ୍ମାର ଶାନ୍ତି ଓ ମୋକ୍ଷ ପାଇଁ ଶ୍ରଦ୍ଧାର ସହିତ ପିଣ୍ଡଦାନ କରିବାକୁ ଏକତ୍ର ହୋଇଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିରର

ଉତ୍ତର ଦ୍ୱାର, ମହୋଦଧି

ଏବଂ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଭକ୍ତମାନେ ତାଙ୍କର ପିତୃ ପକ୍ଷ ଓ ମାତୃ ପକ୍ଷର ତିନି ପିଢିର

ପୂର୍ବଜଙ୍କୁ ତିଳ ତର୍ପଣ ଅର୍ପଣ କରି ପୁଣ୍ୟ ଲାଭ ଓ ପାରିବାରିକ ମଙ୍ଗଳ ନିମନ୍ତେ ପ୍ରାର୍ଥନା

କରିଛନ୍ତି ।

ମାନ୍ୟତା ଅନୁଯାୟୀ, ପିତୃପକ୍ଷ ସମୟରେ ପୂର୍ବଜମାନେ ପୃଥିବୀ ଲୋକକୁ ଆସିଥାନ୍ତି ଓ ଏହି

ସମୟରେ ଶ୍ରଦ୍ଧା, ପିଣ୍ଡଦାନ

ଓ ତର୍ପଣ ପରି ଅନୁଷ୍ଠାନ ମାଧ୍ୟମରେ ସେମାନଙ୍କର ସ୍ମୃତିକୁ ସମ୍ମାନ ଦିଆଯାଏ ଓ ସେମାନଙ୍କର ଆଶୀର୍ବାଦ

ପାଇଁ ପ୍ରାର୍ଥନା କରାଯାଏ। ବିଶେଷ କରି ମହାଳୟା ଦିନରେ କରାଯାଇଥିବା ପିଣ୍ଡଦାନ ଆତ୍ମାର ମୁକ୍ତି

ଓ ଶାନ୍ତିକୁ ସୁନିଶ୍ଚିତ କରେ।

ପୁରୀର ଶ୍ୱେତଗଙ୍ଗା

ପୁଷ୍କରିଣୀ, ମାର୍କଣ୍ଡେୟ

ପୁଷ୍କରିଣୀ, ନରେନ୍ଦ୍ର

ପୁଷ୍କରିଣୀ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମଧ୍ୟ ମହାଳୟା ଅବସରରେ ବିଶେଷ ପୂଜା-ଅର୍ଚ୍ଚନା ଓ

ପିଣ୍ଡଦାନର ଆୟୋଜନ ହୋଇଥିଲା। ଶ୍ରଦ୍ଧାଳୁମାନେ ଅଟା, ଚାଉଳ ଓ ଭଗବାନ ଜଗନ୍ନାଥଙ୍କ ମହାପ୍ରସାଦ ଦ୍ୱାରା ପ୍ରସ୍ତୁତ ପିଣ୍ଡ

ଅର୍ପଣ କରି ତାଙ୍କର ପୂର୍ବଜମାନଙ୍କୁ ସ୍ମରଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande