ଲୋଇସିଂହା ଠାରେ ନମୋ ଯୁବ ମାରାଥନରେ ଯୋଗ ଦେଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଆଜି ଲୋଇସିଂହା ଠାରେ ଅନୁଷ୍ଠିତ ନମୋ ଯୁବ ମାରାଥନରେ ଯୁବସାଥି, ସ୍ଥାନୀୟ ଜନସାଧାରଣଙ୍କ ସହ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି
ଲୋଇସିଂହା ଠାରେ ନମୋ     ଯୁବ ମାରାଥନରେ ଯୋଗ ଦେଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଆଜି

ଲୋଇସିଂହା ଠାରେ ଅନୁଷ୍ଠିତ ନମୋ ଯୁବ ମାରାଥନରେ ଯୁବସାଥି, ସ୍ଥାନୀୟ ଜନସାଧାରଣଙ୍କ ସହ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଜୀ ଜନ୍ମ ଦିବସ ଅବସରରେ ‘ନିଶା ମୁକ୍ତ ଭାରତ’ ଗଠନ ପାଇଁ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ସମସ୍ତେ ସାମିଲ ହୋଇଛନ୍ତି। ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ବିଶାଳ

ଗଣଦୌଡ଼ ଆୟୋଜନ କରାଯାଇଛି। ଏହା ମାଧ୍ୟମରେ ନିଶା ଠାରୁ ଦୂରେଇ ରହିବା ପାଇଁ ଯୁବପିଢିଙ୍କୁ

ମାନ୍ୟବର ମୁଖ୍ୟମନ୍ତ୍ରୀ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି।

ଆସନ୍ତୁ ନିଶା ଠାରୁ ଦୂରେଇ

ରହିବା ସହ ଶାରୀରିକ ସୁସ୍ଥତା, ମୋଟାପଣ ହ୍ରାସ ଏବଂ ତେଲଯୁକ୍ତ ଖାଦ୍ୟକୁ ହ୍ରାସ କରି ଏକ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ

ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି ମୁକେଶ ମହାଲିଙ୍ଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande