ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)
- ଚନ୍ଦକା
ଜଙ୍ଗଲ ରାସ୍ତା କଡ଼ରୁ ଓଲା ଡ୍ରାଇଭର ବିଦ୍ୟାଧର ସାହୁଙ୍କ ମୃତଦେହ ମିଳିବା ଘଟଣାରେ 3ଜଣଙ୍କୁ ଅଟକ ରଖି ପୋଲିସ ଛାନଭିନ କରୁଛି । ମୁଖ୍ୟ ମାଷ୍ଟର ମାଇଣ୍ଡ
କନ୍ସଲଟାଣ୍ଟ ଅଫିସର ଜୋସ୍ନା ମାଡାମଙ୍କୁ ଖୋଜୁଛି ପୋଲିସ । ବିଭିନ୍ନ ସରକାରୀ ଓ ବେସରକାରୀ
ଚାକିରୀ ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ 5କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲେ । ଏହାର ମଧ୍ୟସ୍ଥି ସାଜିଥିଲେ
ବିଦ୍ୟାଧର ସାହୁ । ସାରା ରାଜ୍ୟରୁ ଶହ ଶହ ଲୋକେ
ଚାକିରୀ କରିବାକୁ ବିଦ୍ୟାଧରଙ୍କ ଜରିଆରେ ଜୋସ୍ନା ମାଡାମଙ୍କୁ ଟଙ୍କା ଦେଇଥିଲେ । ଚାକିରୀ ନପାଇ ଟଙ୍କା ଫେରାଇବାକୁ କହିବାରୁ ବିଦ୍ୟାଧର
ଆଉ ଧରା ଛୁଆଁ ଦେଉନଥିଲେ । ଶେଷରେ 15ତାରିଖ ଦିନ ବିଦ୍ୟାଧରଙ୍କୁ ଟଙ୍କା ଦେଇଥିବା ଲୋକେ ଅପହରଣ
କରିନେଇଥିଲେ । ଏହାପରେ ଭୁବନେଶ୍ୱରରେ ଥିବା
ମାଡାମଙ୍କ ଅଫିସକୁ ବିଦ୍ୟାଧରଙ୍କୁ ନେଇଥିଲେ । ସେଠାରୁ
ମାଡାମ ଫେରାର ହୋଇଯାଇଥିଲେ । ଅପହରଣକାରି ମାନେ ସେଠାରୁ ବିଦ୍ୟାଧରଙ୍କୁ ନେଇ ଯାଜପୁର ଅଭିମୁଖେ
ଯାଇଥିଲେ । ବିଦ୍ୟାଧର ପତ୍ନୀଙ୍କୁ ଫୋନ କରି 2 କୋଟି ଟଙ୍କା ମାଗିଥିଲେ । ବିଦ୍ୟାଧରଙ୍କୁ ଅପହରଣ କରି ଯାଜପୁରରେ ଏକ
ଘରେ ରଖିଥିଲେ । ସେହି ଠାରେ ବିଦ୍ୟାଧର ଆତ୍ମହତ୍ୟା କରିଥିଲେ । ବିଦ୍ୟାଧରଙ୍କ ମୃତ୍ୟୁ ହୋଇଥିବା
ଜାଣି ଅପହରଣକାରି ମାନେ ବିଦ୍ୟାଧରଙ୍କ କାରରେ ମୃତଦେହ ଆଣି ଭୁବନେଶ୍ୱରର ଚନ୍ଦକା ଜଙ୍ଗଲ
ରାସ୍ତାରେ ଫୋଫାଡି ଦେଇ ଫେରାର ହୋଇଯାଇଥିଲେ । ବିଭିନ୍ନ ସିସିଟିଭି, ସିଡିଆର ଯାଞ୍ଚ କରି ଏହି ଘଟଣାରେ 3ଜଣଙ୍କୁ ଅଟକ ରଖି ଖୋଳ ତାଡ଼ କରୁଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା