ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ
ପୁରୀ, ୨୧ ସେପ୍ଟେମ୍ବର (ହି.ସ.)- ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ପୁରୀରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି | ପିତୃ ପୁରୁଷଙ୍କୁ ପିଣ୍ଡଦାନ, ତିଳତର୍ପଣ କଲେ ପିତୃଲୋକ ଅନ୍ନ ଜଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି | ହଜାର ହଜାର ଶ୍ରଦ୍ଧାଳୁ ପବିତ୍ର ମହାଳୟା ଅବସରରେ ଶ୍
ପୁରୀରେ ପ୍ରବଳ ଶ୍ରଦ୍ଧାଳୁ ମହାଳୟା ଅମାବାସ୍ୟା ରେ ପିତୃପୁରୁଷ ଙ୍କୁ ପିଣ୍ଡଦାନ


ପୁରୀରେ ପ୍ରବଳ ଶ୍ରଦ୍ଧାଳୁ ମହାଳୟା ଅମାବାସ୍ୟା ରେ ପିତୃପୁରୁଷ ଙ୍କୁ ପିଣ୍ଡଦାନ


ସାଂସଦ ଖେଳ ମହୋତ୍ସବ ଗଣଦୌଡ ଅନୁଷ୍ଠିତ


ପୁରୀ, ୨୧ ସେପ୍ଟେମ୍ବର (ହି.ସ.)- ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ପୁରୀରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି | ପିତୃ ପୁରୁଷଙ୍କୁ ପିଣ୍ଡଦାନ, ତିଳତର୍ପଣ କଲେ ପିତୃଲୋକ ଅନ୍ନ ଜଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି | ହଜାର ହଜାର ଶ୍ରଦ୍ଧାଳୁ

ପବିତ୍ର ମହାଳୟା ଅବସରରେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ଚାରିପଟ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ସମେତ ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମାର୍କଣ୍ଡ, ମହୋଦଧି ତୀର୍ଥ ପୁଷ୍କରିଣୀରେ ପିତୃଲୋକଙ୍କୁ ଶ୍ରାଦ୍ଧ ପିଣ୍ତଦାନ କରିଛନ୍ତି | ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ବର୍ଗପ୍ରାପ୍ତି ହେବା ସହ ମୋକ୍ଷ ପ୍ରାପ୍ତି ହେବା ବିଶ୍ୱାସ ରହିଛି । ଏଥିପାଇଁ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶ୍ରୀମନ୍ଦିର ଉତ୍ତର ଦ୍ଵାର, ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି | ଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃପକ୍ଷ ନାମରେ ପରିଚିତ । ଏହି ପକ୍ଷର ଅମାବାସ୍ୟା ମହାଳୟା ଅମାବାସ୍ୟା । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହାଯାଏ । ତେବେ ଏହି ପକ୍ଷର ଶେଷ ଦିନକୁ ମହାଳୟା କୁହାଯାଏ । ପିତୃପକ୍ଷ ତିଥିରେ ପିଣ୍ତଦାନ କରିପାରିନଥିବା ଶ୍ରଦ୍ଧାଳୁ ମାନେ ଆଜି ପିଣ୍ତଦାନ କରି ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି |

ମହାଳୟାରେ ପିଣ୍ଡଦାନ କଲେ ପିତୃଲୋକଙ୍କ ଆଶୀର୍ବାଦ ମିଳିବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande