ପୁରୀ, ୨୧ ସେପ୍ଟେମ୍ବର (ହି.ସ.)- ବିଶ୍ବ ପର୍ଯ୍ୟଟନ ଦିବସ ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ଗତକାଲି ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସ୍ମୃତି ପ୍ରଜ୍ଞା ରାଜେଶ୍ବରୀ ପ୍ରଥମ, ପିପିଲି କଲେଜର ମିଲିନା ସାହୁ ଦ୍ବିତୀୟ ଓ ସୂରୁଜ ମଲ ଶାହା କଲେଜର ବିଶ୍ବ ଭୂଷଣ ସ୍ବାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ମହାବିଦ୍ୟାଳୟ କୁଇଜରେ ଆଇଏମଟି ଫାର୍ମାସି କଲେଜର ଛାତ୍ର ଦୂର୍ଗା ମାଧବ ମହାନ୍ତି ପ୍ରଥମ, ଏସସିଏସ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶାନ୍ତି ପ୍ରିୟଦର୍ଶିନୀ ଦ୍ୱିତୀୟ ଓ ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ପାଣ୍ଡିଆ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି କୃତି ପ୍ରତିଯୋଗୀ ମାନଙ୍କୁ ଚଳିତ ମାସ ୨୭ ତାରିଖ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।
ଏହି ପ୍ରତିଯୋଗିତାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ।ଳୟ ପକ୍ଷରୁ ପରିଚାଳନା କରାଯାଇଥିଲା ବେଳେ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ପର୍ଯ୍ୟଟନ କର୍ମଚାରୀ ସନ୍ତୋଷ କୁମାର ମହାନ୍ତି, ମଳୟା ପ୍ରଧାନ, ଅମୃତା ଦାସ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ