ସୁବର୍ଣ୍ଣପୁର, ୨୧ ସେପ୍ଟେମ୍ବର (ହି.ସ.)- ସେବାପର୍ବ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ସେବା ପର୍ବ-୨୦୨୫ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ଭବନ, ସୁବର୍ଣ୍ଣପୁରରେ ତା.୨୦.୦୯.୨୫ ରିଖରେ ବିକଶିତ ଭାରତ -୨୦୪୭ ବିଷୟକୁ ଆଧାର କରି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଏକଦିବସୀୟ କର୍ମଶାଳା ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁର ଦ୍ଵାରା ଆୟୋଜନ କରାଯାଇଛି ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଉପସ୍ଥିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ | ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ସହ ପ୍ରତିଯୋଗିତା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ସଭା ସଂଯୋଜନା କରିଥିଲେ | ବିଚାରକ ଭାବରେ ଡ ମୀନକେତନ କୁମ୍ଭାର, ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ମେହେର, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମେହେର ଯୋଗଦେଇଥିଲେ |ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୩ଟି ବର୍ଗରେ ଆୟୋଜିତ ହୋଇଥିଲା- ୧) ପେଶାଦାର /ବୃତ୍ତିଗତ କଳାକାର ୨)ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ ୩) ବିଦ୍ୟାଳୟର ଛାତ୍ର/ଛାତ୍ରୀ ।
ବିଦ୍ୟାଳୟ ବର୍ଗରେ ବେଣୁପାଣି ମାଝୀ ପ୍ରଥମ, ହରିଶ୍ଚନ୍ଦ୍ର ପାତ୍ର ଦ୍ଵିତୀୟ, ଅରିନ୍ଦମ ସାହୁ, ତୃତୀୟ ସ୍ଥାନ ଅଧିକାର କରିଥିଲେ |ମହାବିଦ୍ୟାଳୟ ବର୍ଗରେ ରାଜକୁମାର ଭରାସାଗର ପ୍ରଥମ,ମନୋରଞ୍ଜନ ସାହୁ ଦ୍ଵିତୀୟ,ଅଂଶୁମାନ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ | ପେଶାଦାର/ବୃତ୍ତିଗତ ବର୍ଗରେ ବାବୁଲାଲ ମେହେର ପ୍ରଥମ, ପ୍ରଭାସ ମେହେର ଦ୍ଵିତୀୟ,ବିନୋଦ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲାସ୍ତରରେ ପ୍ରତ୍ୟକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଚିତ୍ରକାରଙ୍କ ଚିତ୍ରାଙ୍କନକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱରକୁ ପଠାଯିବ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ