ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ବିନା ଚିନି
ଚା ପିଇଲେ ମୁଖ୍ୟମନ୍ତ୍ରୀ । ଦୋକାନୀ ହାତକୁ ବଢାଇଲେ ୩୦୦ ଟଙ୍କା। ହଠାତ୍ ଗଣ ଦୌଡ କାର୍ଯ୍ୟକ୍ରମ
ସରିବା ପରେ ମୁଖ୍ୟମନ୍ତ୍ରୀ ମେ ଫେୟାର ନିକଟସ୍ତ ଅର୍ଜୁନ ଟି ଷ୍ଟଲରେ ପହଞ୍ଚିଥିଲେ । ଚା
ଦୋକାନୀଙ୍କ କଣ କଣ ଚା ସବୁ ରଖିଛ ପଚାରିବା ପରେ ଗୋଟେ ବିନା ଚିନି ଚାହା ଦେବାକୁ କହିଥିଲେ। ଆଉ
ମୁଖ୍ୟମନ୍ତ୍ରୀଙ୍କୁ ସେ ଜାଗାରେ ଦେଖି ଅନେକ ଲୋକ ନିଜ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ କହିଲେ।
ଲୋକଙ୍କ କଥା ଶୁଣିଲେ , କାହାର ଭତା ସମସ୍ୟା ତ ଅନ୍ୟ କେହି ନିଜର ଅଲଗା ଅଲଗା ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ
ଜଣାଇଲେ। ଏହା ନିଶା ଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ବାର୍ତ୍ତା ଦେଲେ। ଦୋକାନୀଙ୍କୁ ନିଶା
ଦ୍ରବ୍ୟ ନ ରଖି ନିଜର କ୍ୱାଲିଟି ବଜାଇ ରଖିବାକୁ ପରାମର୍ଶ ଦେଲେ। ଯାହା ଭଲ ହେଇଛି ବୋଲି
ପ୍ରଶଂସା କରି କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କେବେ ମୋ ଦୋକାନକୁ ଆସିବେ ଚା ପିଇବେ ମୁଁ
ଭାବିନଥିଲି। ଏଭଳି ମୁଖ୍ୟମନ୍ତ୍ରୀ ମୁଁ ବିଜୁ ବାବୁଙ୍କ ଅମଳରୁ ଦେଖିନି ବୋଲି କହି ନିଜର ଖୁସି
ବ୍ୟକ୍ତ କରିଛନ୍ତି ଅର୍ଜୁନ ଟି ଷ୍ଟଲର ମାଲିକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା