ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଦଶମନ୍ତପୁର ଠାରେ ସହୀଦ୍ ଭଗତ୍ ସିଂ ଙ୍କ ୧୧୮ ତମ ଜୟନ୍ତୀ ଅଖିଳ ଭାରତ ଯୁବ ସଂଘ କୋରାପୁଟ ଜିଲ୍ଲା ସଭାପତି କୁମର ଜାନୀଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି। ଏହି ସଭାକୁ ସମ୍ବୋଧିତ କରି ଶ୍ରୀ ଜାନୀ କହିଥିଲେ ଯେ, ଏଆଇୱଏଫ ସାରା ଦେଶରେ ଯୁବକ ମାନଙ୍କୁ ନିଶା ଦ୍ରବ୍ୟ ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ଅଭିଯାନ ଚଲେଇବା ପାଇଁ ଆହ୍ୱାନ ଦେଇଛି । ନିଶା ଦ୍ରବ୍ୟ ଦ୍ୱାରା ଯୁବକ ମାନେ ପଥଭ୍ରଷ୍ଟ ହୋଇ ନିଜ ମୈ।ଳିକ ଦାବି ପୁରଣ ପାଇଁ ଚିନ୍ତାଧାରାରୁ ଦୂରେଇ ରହୁଛନ୍ତି । ଭଗତ୍ ସିଂ ନିଶ୍ଚିତ ରୋଜଗାର ଯୋଜନା ପ୍ରଣୟନ କରି ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଏବଂ କୋରାପୁଟ ଜିଲ୍ଲାର ଜମି, ଜଳ, ଜଙ୍ଗଲ ଜିଲ୍ଲାର ଯୁବ ସମାଜ ତଥା ଜିଲ୍ଲା ବାସୀଙ୍କ କଲ୍ୟାଣ ପାଇଁ ବିନିଯୋଗ ହେଉ, ଆଦାନୀ ଅମ୍ବାନୀ ଭଳି ପୁଞ୍ଜିପତିଙ୍କ ହାତକୁ ଶାଗ ମାଛ ଭଳି ଟେକିଦେବା ବିରୋଧରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି ।
ଆଜିର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ହରିବନ୍ଧୁ ମୁଦୁଲି, ସତ୍ୟ ପରଜା, ଭାନୁମତୀ, ବବିତା ମୁଦୁଲି ପ୍ରମୁଖ ମତ ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି