ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଇରମରେ ଶହିଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏଆଇଡିଏସ୍ଓ ଓ ଏଆଇଡିୱାଓ ମିଳିତ ଭାବରେ ଶହୀଦ ପୀଠରେ ମାଲ୍ୟାର୍ପଣ ଏବଂ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା। ୧୯୪୨ ମସିହା ସେପ୍େଟମ୍ବର ୨୮ ତାରିଖ ଦିନ ,ଇରମର ମେଳଣ ପଡିଆରେ ଶତାଧିକ ଲୋକ ଭାରତଛାଡ଼ ଆନ୍ଦୋଳନର ନେତୃ ସ୍ଥାନୀୟ ସଂଗ୍ରାମି ମାନଙ୍କ ଡାକରାରେ ସମବେତ ହୋଇଥିଲେ। କିନ୍ତୁ ଏଠିକାର ଜମିଦାର ଏବଂ ତତ୍କାଳୀନ ଡିଏସପିଙ୍କ ନେତୃତ୍ୱରେ ପୋଲିସି ଫୌଜ ଧରି ନିରୀହ ଲୋକଙ୍କ ଉପରେ ଗୁଳି ଚାଳନା କରିଥିଲେ । ସେହିଠାରେ ୨୮ ଜଣ ଏବଂ ପରେ ଜଣେ ଶହୀଦ ହୋଇଥିଲେ। ଯାହା ଇତିହାସରେ ସଂଗ୍ରାମରେ ଏକ ନୂଆ ଅଧ୍ୟାୟ ସ୍ରୁଷ୍ଟି କରିଥିଲା। ଏହି ସଭାରେ ଏଆଇଡିୱାଓ ର ରାଜ୍ୟ ନେତୃବୃନ୍ଦ ଯଥା ଚୈତନ୍ୟ ମହାରଣା, ତପନ ସିଂହ, ପଂଚୁ ପଣ୍ଡା ଏବଂ ସନ୍ତୋଷ ଜେନା ଏବଂ ଏଆଇଡିଏସ୍ଓ ପକ୍ଷରୁ ନିମାଇଁ ଚରଣ ସାହୁ, ହରେକୃଷ୍ଣ ଦାସ, ପ୍ରଶାନ୍ତ ଦାସ ଏବଂ ବହୁ ଯୁବକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସେଠାରେ ବକ୍ତାମାନେ କହିଥିଲେ ଯେ, ଭାରତ ବର୍ଷରେ ସ୍ୱାଧୀନତା ପାଇଁ ଯେଉଁମାନେ ଜୀବନ ଦେଇଥିଲେ ସେମାଙ୍କର ସ୍ୱପ୍ନ ପୂରଣ ହୋଇନାହିଁ ଏବଂ ସେମାଙ୍କର ସ୍ୱପ୍ନ କୁ ପୂରଣ କରିବାକୁ ହେଲେ ଏକ ଶୋଷଣ ବିହୀନ ସମାଜ ଗଠନ କରିପାରିଲେ ଯାଇ ସେମାଙ୍କର ସ୍ୱପ୍ନ ସାକାର ହୋଇପାରିବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ