ଭଗବାନପୁର ପଂଚାୟତରେ ଲାଇଟି ନ ଲଗେଇ ବିନା କାର୍ଯ୍ୟରେ ୧ ଲକ୍ଷ ୮୦ ହଜାର ଟଙ୍କା ଚଳୁ
ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଏବେ ଦୁର୍ନୀତି ର ଗନ୍ତାଘର ପାଲଟିଛି ,ନିକଟରେ ଜଣେ ଆର ଆଇ ଲାଂଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ବେଳେ ଧାମନଗର ବ୍ଲକରେ ଅନ୍ତଦୟ ଗୃହ ଯୋଜନା ବଂଟନ କୁ ନେଇ ଶାସକ ଦଳ ର କର୍ମୀ ଙ୍କ ବ୍ଲକ ଅଫିସ ରେ ଗଣ୍ଡଗୋଳ କୁ ନେଇ ବେସ ହଟ ଚମଟ ହେ
BHAGABANPUR PANCHAYAT RE TANKA CHALU


ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଏବେ ଦୁର୍ନୀତି ର ଗନ୍ତାଘର ପାଲଟିଛି ,ନିକଟରେ ଜଣେ ଆର ଆଇ ଲାଂଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ବେଳେ ଧାମନଗର ବ୍ଲକରେ ଅନ୍ତଦୟ ଗୃହ ଯୋଜନା ବଂଟନ କୁ ନେଇ ଶାସକ ଦଳ ର କର୍ମୀ ଙ୍କ ବ୍ଲକ ଅଫିସ ରେ ଗଣ୍ଡଗୋଳ କୁ ନେଇ ବେସ ହଟ ଚମଟ ହେଉଥିବା ବେଳେ ଭଗବାନପୁର ପଂଚାୟତରେ ବିନା କାର୍ଯ୍ୟରେ ଶାସକ ଦଳ ର ସରପଂଚ ସରପଂଚ ଲାଇଟ ନ ଲଗେଇ ହଡ଼ପ ହୋଇଥିବା ଅଭିଯୋଗ ହୋଇଚି। ସୁଚନା ଥାଉକି ଉକ୍ତ ପଂଚାୟତ ରେ ବିଭିନ୍ନ ସ୍ଥାନ ରେ ଲାଇଟି ମରାମତି ସହିତ ନୂଆ ଲାଇଟି ଲାଗିବା ପାଇଁ ୨ ଲକ୍ଷ ଥିବା ବେଳେ ଉକ୍ତ କାର୍ଯ୍ୟ ନ ହୋଇ କଲେ ୧ ଲକ୍ଷ ୮୦ ହଜାର ଟଙ୍କା ବିଲି ହୋଇଥିବା ସୁଚନା ମିଳିଛି। ପ୍ରକାଶ ଥାଉ କି ଏହି ପଂଚାୟତର ପିଇଓ ରବିନ୍ଦ୍ର କୁମାର ଧଳ ନିଜ ନାମରେ କାର୍ଯ୍ୟାଦେଶ ଥାଇ ସରପଂଚ କାଂଚନ ସ୍ୱାଇଁଙ୍କ ଡି ଏସ ସି (ଡିଜିଟାଲ ସିଗନେଚର ସାର୍ଟିଫିକେଟ)ମାଧ୍ୟମରେ ଷ୍ଟ୍ରୀଟ ଲାଇଟ ମରାମତି ପାଇଁ ଗତ ୨୬ ତାରିଖରେ ୧ ଲକ୍ଷ ୮୦ ହଜାର ଟଙ୍କା ଉଠାଇଛନ୍ତି। ଯାହାର ସତ୍ୟତା ଇ ଗ୍ରାମ ସ୍ୱରାଜ ଯୋଜନାରୁ ସଂଗୃହୀତ ବିଲ ଫର୍ମ ଓ ପେମେଂଟ ଭାଉଚର ରୁ ଜଣାଯାଇଛି। ଏହି ବିଲରେ ଏଇ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ ଭଦ୍ରକ ଙ୍କ ଜାଲ ସିଲ ଓ ସିଗନେଚର ହୋଇଛି ବୋଲି ସମ୍ପୃକ୍ତ କାର୍ଯ୍ୟାଳୟର ଜେଇ କମଳାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ବିଲରେ ଏମବି ନଂ ଓ ତାର ପୃଷ୍ଟା ନଂ ନଥିବାରୁ ଏହା ସମ୍ପୁର୍ଣ୍ଣ ଭାବେ ସୁପରିକଳ୍ପିତ ଘୋଟାଲା ବୋଲି ଜଣାଯାଇଛି। ଏଠାରେ ପ୍ରଶ୍ନ ଉଠେ ପଂଚାୟତରେ ଷ୍ଟ୍ରୀଟ ଲାଇଟ ଗୁଡ଼ିକ ଖରାପ ହେତୁ ଅଦ୍ୟାବଧି ଅନ୍ଧାର ଥିବା ବେଳେ ପିଇଓ ଶ୍ରୀ ଧଳ କିପରି ଆଦୌ କାର୍ଯ୍ୟ ନକରି ୧ ଲକ୍ଷ ୮୦ ହଜାର ଟଙ୍କା ଉଠାଇଲେ ତାହା ସାଧାରଣ ରେ ପ୍ରଶ୍ନ ହୋଇଚି। ଏଭଳି ଚଂଚକତା ଖବର ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ଅଧିକାରୀ ତଦନ୍ତ ପୂର୍ବକ ସରକାରୀ ଅର୍ଥ ଆତ୍ମସାତ କରିଥିବା ବ୍ୟକ୍ତି ଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଚାୟତର ସମିତି ସଭ୍ୟ ସୁଦୀପ୍ତ ଖଟୁଆ ଓ ନାଏବ ସରପଂଚ ଗୌରାଙ୍ଗ ଦାଶଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ଦିଗରେ ପି ଇ ଓ ଶ୍ରୀ ଧଳ କହିଚନ୍ତି ଯେ ସାମଗ୍ରୀ କିଣା ଯାଇ ଅଫିସରେ ରହିଛି ଦୁଇ ଦିନ ମଧ୍ୟ ରେ କାର୍ଯ୍ୟ ହୋଇ ଯିବବୋଲି କହି ଥିଲେ।ତେବେ କାର୍ଯ୍ୟ ସଂପୂର୍ଣ୍ଣ ନ ହୋଇ କିପରି ବିଲ୍ ହେଲା ତାହା ସଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି। ଏ ଦିଗରେ ବିଡ଼ିଓ ଶ୍ରୀ ବନବିହାରୀ ଦିନ୍ଦା କହିଛନ୍ତି ଯେ ସେପରି ଅଭିଯୋଗ ମୋ ପାଖ ରେ ପହଂଚି ନାହିଁ ଅଭିଯୋଗ ଆସିଲେ ତଦନ୍ତ କରା ଯିବବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande