ପାର୍ବଣ ପାଇଁ ଏଥର ଗାନ୍ଧୀ ଜୟନ୍ତୀ ରୁ ପଦ ଯାତ୍ରା କରିବନି ବିଜେଡି
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) ଚଳିତ ବର୍ଷ ପାର୍ବଣ ପାଇଁ ବିଜେଡି ଗାନ୍ଧୀ ଜୟନ୍ତୀ ରୁ ପଦ ଯାତ୍ରା କରିବନାହିଁ । ଅକ୍ଟୋବର 2 ରେ କେବଳ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରି ସଂକଳ୍ପ ନିଆଯିବ । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ
ପାର୍ବଣ ପାଇଁ ଏଥର ଗାନ୍ଧୀ ଜୟନ୍ତୀ ରୁ ପଦ ଯାତ୍ରା କରିବନି ବିଜେଡି


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) ଚଳିତ ବର୍ଷ ପାର୍ବଣ ପାଇଁ ବିଜେଡି ଗାନ୍ଧୀ ଜୟନ୍ତୀ ରୁ ପଦ ଯାତ୍ରା କରିବନାହିଁ । ଅକ୍ଟୋବର 2 ରେ କେବଳ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରି ସଂକଳ୍ପ ନିଆଯିବ । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଅକ୍ଟୋବର 9 ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ରୁ ବିଜେଡି ପଦ ଯାତ୍ରା ଆରମ୍ଭ କରିବ । ନଭେମ୍ବର 9 ପର୍ଯ୍ୟନ୍ତ ମାସେ ବ୍ୟାପି ଏହା ଚାଲିବ। ଯୁବ, ଛାତ୍ର, ମହିଳା ଙ୍କ ଭଳି ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ।

ସେ କହିଛନ୍ତି ଯେ, ସରକାର ର ବିଫଳତା କୁ ଲୋକଙ୍କ ପାଖରେ ପହଂଚାଇବା ସହ ଓଡିଶା ବିକାଶ ରେ ବିଜେଡି ର ଯାତ୍ରା ବିଷୟନେଇ ଲୋକଙ୍କ ପାଖକୁ ଦଳ ଯିବ ।

ସେ କହିଛନ୍ତି ଯେ ନିଶା ମୁକ୍ତ କଥା କହି 70 ମଦ ଦୋକନ ସହ ଦୁଇଟି ମଦ ଫ୍ୟାକ୍ଟ୍ରି କରିବେ ବୋଲି ସରକାର କହୁଛନ୍ତି । ନାମ ଓ ରଙ୍ଗ ବଦଳାଇ କେବଳ ବିଜେପି ସରକାର ପରିବର୍ତ୍ତନ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ବନ୍ଦ କରିବା, ପଂଚାୟତିରାଜ ବ୍ୟବସ୍ଥା ରେ ଜନ ପ୍ରତିନିଧି ଙ୍କ କ୍ଷମତା ସଂକୁଚିତ କରିବା ଆଦି ପ୍ରସଙ୍ଗ କୁ ନେଇ ଲୋକଙ୍କ ପାଖକୁ ଦଳ ଯିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande