ବିନିକାରେ ରକ୍ତଦାନ ଶିବିର, ୩୫ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର, ୨୮ ସେପ୍ଟେମ୍ବର (ହି.ସ.)- ସେବା ପକ୍ଷ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ବିନିକା ଶାଖା ତରଫରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ଠାରେ ରବିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳାଙ୍କ ସମେତ ମୋଟ ୩୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ଶିବିରକୁ ବୀରମହା
ବିନିକାରେ ରକ୍ତଦାନ ଶିବିର, ୩୫ ୟୁନିଟ ରକ୍ତ ସଂଗ୍ରହ


ସୁବର୍ଣ୍ଣପୁର, ୨୮ ସେପ୍ଟେମ୍ବର (ହି.ସ.)- ସେବା ପକ୍ଷ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ବିନିକା ଶାଖା ତରଫରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ଠାରେ ରବିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳାଙ୍କ ସମେତ ମୋଟ ୩୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ଶିବିରକୁ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ଫିତା କାଟି ଉଦଘାଟନ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାକୁରଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା, ସଚେତନ ନାଗରିକ ଯୋଗଦେଇ ରକ୍ତଦାନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିର ପରିଚାଳନାରେ ବିଜେପି ନଗର ସମ୍ପାଦକ ଭୁବନେଶ୍ୱର ପାତ୍ର, ଯୁବ ସଂଗଠକ ଜନାର୍ଦ୍ଦନ ଖମାରୀ, କାଉନସିଲର ଗୋପାଳ କୃଷ୍ଣ ମହାଳିଙ୍ଗ, ଭୀମଭୋଇ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ରାମ ଗୋପାଳ ବାଘ ପ୍ରମୁଖଙ୍କ ସମେତ କର୍ମକର୍ତା ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande