କୋରେଇ, ୨୮ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲ୍ଲାରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ଚାହାଣିର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୂଜା ସଂଖ୍ୟା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ବିଶିଷ୍ଠ ଲେଖକ, ଗାଳ୍ପିକ ଡକ୍ଟର ସଚ୍ଚିଦାନନ୍ଦ କର ଓ ଶିଶୁ ସାହିତ୍ୟିକ ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ଚାହାଣି ପୁରସ୍କାର ୨୦୨୫ ପ୍ରଦାନ କରାଯିବ । ସେହିପରି ବରିଷ୍ଠ ସମ୍ବାଦିକ ପ୍ରଦୀପ କୁମାର ଦାସ ଏବଂ ଡାକ୍ତର ର୍ନିମଳେନ୍ଦୁ ପୃଷ୍ଟିଙ୍କୁ ଚାହାଣି ସମ୍ମାନ ୨୦୨୫ ପ୍ରଦାନ କରି ସମ୍ମାନୀତ କରାଯିବ । ଉଦ୍ଘାଟକ ଭାବେ ଶ୍ରମିକ ନେତା ମାୟାଧର ନାୟକ, ଅତିଥିଭାବେ ଡକ୍ଟର ରାଜ କିଶୋର ପାଢୀ, ପ୍ରଧ୍ୟାପକ ମନୋରଂଜନ ମହାନ୍ତି, ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ପ୍ରାକ୍ତନ ପ୍ରଶାସକ ଜିଲ୍ଲାପାଳ ସରୋଜ କୁମାର ସାମଲ, ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝୀ, ବୃନ୍ଦାବନ ସାହୁ, ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ, ଅଧ୍ୟାପକ ଦାମୋଦର ବେହେରା, ଶିକ୍ଷାବିତ ବଟକୃଷ୍ଣ ସ୍ୱାଇଁ, ଡକ୍ଟର ଦୈତାରୀ ଧଳ, ବ୍ରଜ କିଶୋର ଦାଶ, ଅନନ୍ତ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମ ଅକ୍ଟୋବର ୫ ତାରିଖ କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ଚାହାଣିର ସମ୍ପାଦକ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ