ଚମ୍ପୁଆ, ୨୮ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବିଲେଇପଦା ଟୋଲ ଗେଟ ନିକଟରେ ଭାରସାମ୍ୟ ହରାଇ ଡିଭାଇଡ଼ର ଉପରକୁଏକ ଯାତ୍ରୀବାହି ବସ ଚଢି ଯାଇଥିବା ଜଣା ପଡିଛି। ଅମ୍ବିକା ନାମକ ଏହି ଘରୋଇ ଯାତ୍ରୀବାହି ବସଟି କେନ୍ଦୁଝରରୁ ବଡ଼ବିଲକୁ ଫେରୁଥିବା ବେଳେ ବିଲେଇପଦା ଟୋଲ ଗେଟ ନିକଟରେ ଭାରସାମ୍ୟ ହରାଇ ଡିଭାଇଡ଼ରରେ ଚଢ଼ିଯିବାରୁ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta