ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)- ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୩୩ ତମ ବାର୍ଷିକ ଉତ୍ସବ ଓ ସମ୍ବିଧାନିକ ସମ୍ମିଳନୀ ସ୍ଥାନୀୟ ଏନ୍ ଜି ଓ ହଲ୍ ଗେଟ୍ ବଜାର ଛକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଉଦ୍ଘାଟକ ଭାବେ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ଯୋଗଦାନ କରିଥିଲେ l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ସଭାପତି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଓଡ଼ିଶା ସଭାପତି ଶଶୀ ଭୂଷଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ମୁଖ୍ୟବକ୍ତା ଭାବେ ରାଜ୍ୟ ସାଧାରଣ ସମ୍ପାଦକ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଓଡ଼ିଶା ନଳିନୀ କାନ୍ତ ଓଝା, ଏ ସନ୍ୟାସି ରାଓ, ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ପୂର୍ବତନ ସଭାପତି ଏ ସନ୍ୟାସୀ ରାଓ, ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ପୂର୍ବତନ ସମ୍ପାଦକ ଲକ୍ଷଣ ମଲ୍ଲିକ, ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l କେ ଟୁନା ଦୋରା ଉକ୍ତ ବୈଠକରେ ସଭାପତିତ୍ବ କରିଥିଲା ବେଳେ ସମ୍ପାଦକ ଦୟାନିଧି ପାଢ଼ୀ ବିବରଣୀ ପାଠ କରିଥିଲେ l କର୍ମଚାରୀ ମାନଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା l ଶ୍ରୀ ଦାଶ୍ ରାଜ୍ୟ ସଭାପତି ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅନୁରୋଧ କରିଥିଲେ l ଶଶୀଭୂଷଣ ଦାଶ୍ ରାଜ୍ୟ ସଭାପତିଙ୍କୁ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ତତ୍ ସହିତ ଯେଉଁମାନେ ଚାକିରିରୁ ଅବସର ଗ୍ରହଣ କରିଥିଲେ ସେମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଜରିଆରେ ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର କର୍ମକର୍ତ୍ତା ନିର୍ବାଚନ/ ଚୟନ କରାଯାଇଥିଲା। ରାଜ୍ୟ ସଂଘ ଉକ୍ତ ତାଲିକାକୁ ଅନୁମୋଦନ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି