ସୁବର୍ଣ୍ଣପୁର, ୨୮ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରବିବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ୭୦ ଜଣ ସ୍ବୟଂ ସେବକ ସରସ୍ବତୀ ଶିଶୁମନ୍ଦିର ଠାରୁ ସଞ୍ଚଳନ ଆରମ୍ଭ କରି ଉଲୁଣ୍ଡା ନଗର ଦେଇ ପୁନଶ୍ଚ ଶିଶୁମନ୍ଦିରରେ ସମାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିରିଶ୍ କୁମାର ଦାସ, ଜିଲ୍ଲା ସଂଘଚାଳକ ଦିଲ୍ଲୀପ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବରେ ନାରାୟଣ ସାହୁ, ଉଲୁଣ୍ଡା ଖଣ୍ଡ କାର୍ଯ୍ୟବାହ ହୃଷିକେଶ ଦେହେରୀ ମଞ୍ଚାସିନ ଥିଲେ। ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ସଂଘ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେଓ୍ବାରଙ୍କ ଜୀବନି, ସଂଘ କଠିନ ପରିସ୍ଥିତିରେ ଗତି କରିଥିବା ସମୟର ସ୍ଥିତି, ସଂଘର ଲକ୍ଷ୍ୟ ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ର ତିଆରି କରିବା ଗୌରବକୁ ଫେରାଇ ଆଣିବା, ପରିବର୍ତ୍ତିତ ଆମର ମହାନ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା, ପଞ୍ଚ ପରିବର୍ତ୍ତନ କଥା (କୁଟୁମ୍ବ, ପ୍ରବେଧନ, ପର୍ଯ୍ୟାବରଣ, ସାମାଜିକ ସମରସତା, ସ୍ବଦେଶୀ, ନାଗରିକ କର୍ତ୍ତବ୍ୟ) । ଉତ୍ତମ ନାଗରିକ ହେବା ପାଇଁ ଆଦର୍ଶ ସଂସ୍କାରକୁ ପାଳନ କରିବା, ଆମ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ପ୍ରଚଷ୍ଟା କରିବା, ଋତୁ ଅନୁସାରେ ମିଳୁଥିବା ଖାଦ୍ୟ ଭେ।ଜନ କରିବା ତା ପରେ ହିଁ ପର୍ଯ୍ୟାବରଣ ସୁରକ୍ଷିତ ରହିପାରିବ ତାହା ବିଷୟରେ ବିଷଦ ବିନ୍ଦୁ ରଖିଥିଲେ। ବ୍ୟକ୍ତି ନିର୍ମାଣରେ ହିଁ ରାଷ୍ଟ୍ର ନିର୍ମାଣ କଥା ମଧ୍ୟ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟବହ ଧର୍ମେନ୍ଦ୍ର ବଡମାଳି, ସହ ଜିଲ୍ଲା କାର୍ଯ୍ୟବାହ ହୃଷୀକେଶ ଭୋଇ, ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମି ରଞ୍ଜନ ଦାସ, ଧର୍ମ ନିରଞ୍ଜନ ପଣ୍ଡା, ଯୁଧିଷ୍ଠିର ଖମାରୀ, ଚନ୍ଦନ ପ୍ରହରାଜଙ୍କ ସହ ଶତାଧିକ ସ୍ଵୟଂସେବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ