ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)- କବିର ଭାବନାକଳ୍ପନାସୃତ, କିନ୍ତୁ ସମାଜର ଅସଲ ଚିତ୍ରକୁ ନିଜ ଲେଖନୀ ମାଧ୍ୟମରେ ରୂପଦିଏ କେବଳ ସମାଜରେ ସଂସ୍କାର ଆଣିବା ଲାଗି। ମଣିଷ ମନର ସହଜାତ ପ୍ରବୃତ୍ତି ସୁଖ ଓ ଦୁଃଖକୁ ଧରାପୃଷ୍ଠରେ ଅବସ୍ଥାପନ କରନ୍ତି ବିଭିନ୍ନ ପାର୍ବଣ ମାଧ୍ୟମରେ।
ଜୟପୁର ପୂଜ୍ୟପୂଜା ସଂସଦ, ଜୟପୁରର ସଭାପତି ଉଦୟ ଶଙ୍କର ଜାନକୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଧ୍ୟାରାଣୀ ସାହୁ ଶକ୍ତି ପୂଜା ଭାରତୀୟ ପରଂପରାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପ୍ରସଂଗରେ ଆଲୋଚନା କରିଥିଲେ। ରକ୍ତଦାତା ପ୍ରବର୍ତ୍ତକ ପ୍ରମୋଦ କୁମାର ରାଉଳ ମହିଷାମର୍ଦିନୀ ଦୂର୍ଗାଙ୍କ ସ୍ଥାନ ବିଶେଷରେ ପୂଜା ପଦ୍ଧତି ବିଷୟରେ ବର୍ଣ୍ଣନା କରିଛନ୍ତି। ଅଧ୍ୟାପକ ମୃତ୍ୟୁଞ୍ଜୟ ସାହୁ 'ତପସ୍ଵିନୀ' କାବ୍ୟରେ ଶକ୍ତି ରୂପରେ ସୀତାଙ୍କ ଗୁରୁତ୍ବକୁ ତୁଳନାତ୍ମକ ଢଙ୍ଗରେ ପ୍ରତିପାଦନ କରିଥିଲେ। ଦଶ ପଇସାର ରଜା 'ଦାଶିଆ ଅଜା' ଓଡ଼ିଶାର ପାଠାଗାର ଆନ୍ଦୋଳନର ସୂତ୍ରପାତ କରିଥିଲେ ନୟାଗଡ଼ ଜିଲ୍ଲାର ଉଦୟପୁର ନିବାସୀ ସ୍ଵର୍ଗତ ଦାସରଥୀ ପଟ୍ଟନାୟକ। ଦାଶିଆ ଅଜାଙ୍କ ସଂଗ୍ରାହଳୟ ଓ ପାଠାଗାର ବିଷୟରେ ଆଲୋଚନା କରିଥିଲେ ତପନ କିରଣ ତ୍ରିପାଠୀ। ସହୀଦ ଭଗତ ସିଂହ ଙ୍କ ସଂଗ୍ରାମୀ ଜୀବନର ଅଭୁଲା ମୂହୁର୍ତ୍ତକୁ ଭାଷଣରେ ସ୍ଥାନ ଦେଇଥିଲେ ସଂପାଦକ ବୈରାଗୀ ଚରଣ ସାହୁ। ଅଧ୍ୟାପକ ଆଲୋକ ମହାରଣା ଯୁବ ସମାଜକୁ ଆଧ୍ୟାତ୍ମିକ ଭାବନାରେ ବାନ୍ଧି ରଖିବା ହେଉଛି ଆମ କର୍ତ୍ତବ୍ୟ ବୋଲି ସୁନ୍ଦର ଆଲୋଚନା କରିଥିଲେ। କାର୍ଯ୍ୟକାଳର ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
ମିନତୀ ପଟ୍ଟନାୟକଙ୍କ ସଂଯୋଜନାରେ ଅନନ୍ତ ବିଜୟ ଧୀବର, ନାରାୟଣ ସଗର ପ୍ରମୁଖ କବିତା ପାଠ କରିଥିଲେ। ପରିଶେଷରେ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି