ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ର ଚଉଦ ବର୍ଷରୁ କମ ଓ ସତର ବର୍ଷରୁ କମ ବାଳକ, ବାଳିକାଙ୍କ ବିଦ୍ୟାଳୟ ସ୍ତରୀୟ ସ୍କୁଲ ସମୂହ କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ସେନାପତି ଓ ବ୍ଲକ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତିଳତମା ବାଗ ଓ ୩୦ ନମ୍ବର ଜୋନ ର ସମିତି ସଭ୍ୟ ହିମାଚଳ ବୁଡ଼େକ, ଘୁନସର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ, କରମତଳl, ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ୱିତୀକୃଷ୍ଣ ପଧାନ, କୁଆଁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଘନଶ୍ୟାମ ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ବ୍ଲକ ପତାକା ଉତ୍ତୋଳନ କରି ଖେଳକୁ ଆରମ୍ଭ କରିଥିଲେ। ଏହି ଖେଳରେ ଚାରୋଟି ଜୋନରୁ ୧୬ଟି ବାଳକ, ବାଳିକା ଦଳ ଖେଳାଳି ଓ ୨୫ ଜଣ ଖେଳ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ଏଥି ମଧ୍ୟରୁ ମୁରିବାହାଲ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବାପାଇଁ ସବୁ ବିଭାଗରୁ ୧୨ ଜଣ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ର ସମସ୍ତ ଖେଳ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ଛନଛଡ଼ ବିଦ୍ୟାଳୟର ସମସ୍ତ ସହକର୍ମୀ ଓ ସରସ୍ବତୀ ଶିଶୁମନ୍ଦିରର ସମସ୍ତ କର୍ମଚାରୀଙ୍କ ପରିଶ୍ରମ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ସ୍ୱାଗତ କରିବା ବେଳେ ଖେଳ ଶିକ୍ଷୟତ୍ରୀ ବନିତା ବଞଛୋର ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ଭବାନୀ ଶଙ୍କର ପୁଟେଲ, ସୁଦର୍ଶନ ନାୟକ, ପ୍ରଶାସନ ବାଗ, ବିନୋଦ ବିହାରୀ ବେହେରା, ରାଜବିହାରୀ ବଞଛୋର, କନଭେନେର ର ଦାୟିତ୍ୱ ନେଇଥିବା ବେଳେ ବ୍ଲକ ର ସମସ୍ତ ଖେଳ ଶିକ୍ଷକ ଏଥିରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ