କେନ୍ଦ୍ରାପଡ଼ା, ୨୮ ସେପ୍ଟେମ୍ବର(ହି.ସ.) – ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଦେଶର ଶିକ୍ଷା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ପାତର ଅନ୍ତର ମନୋଭାବର ଶିକାର ହେଉଛନ୍ତି ବୋଲି ସଙ୍ଘ ଗୁରୁତର ଅଭିଯୋଗ ଆଣିଛି। ଗୋପ ସ୍ଥିତ ଜାଭିୟର ସ୍କୁଲ ପରିସରରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା ଘରୋଇ ବିଦ୍ୟାଳୟ ର ମୁଖ୍ୟମାନେ ଘରୋଇ ବିଦ୍ୟାଳୟ ଗୁଡ଼ିକ ଏବେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ବହୁ ପୂର୍ବରୁ ସରକାରଙ୍କ ସ୍ୱୀକୃତି ଲାଭ କରିଥିବା ବିଦ୍ୟାଳୟ ଗୁଡ଼ିକୁ ବାରମ୍ବାର ବର୍ଷିକିଆ/ପାଂଚ ବର୍ଷିଆ ସ୍ୱୀକୃତି ନେବା ପାଇଁ ବାଧ୍ୟ କରିବା, ଶିକ୍ଷା ଅଧିକାର ଆଇନ ଆଧାରରେ ଏହି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ଲାଭ କରୁଥିବା ଆର୍ôଥକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆର୍ôଥକ ସହାୟତା ସରକାରଙ୍କ ଠାରୁ ପ୍ରାପ୍ତ ହେବାରେ ଅହେତୁକ ବିଳମ୍ବ, ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ସମାନ ଧରଣର ତଥ୍ୟ ଏବଂ କାଗଜାତ ବିଦ୍ୟାଳୟ ଗୁଡ଼ିକ ଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେବା, ବିଜ୍ଞାନ ପ୍ରଦର୍ଶନୀ, ଶିଶୁମେଳା ଆଦି ବିଭିନ୍ନ ପ୍ରକାର ସରକାର ନିୟନ୍ତ୍ରିତ ବୈ।ଦ୍ଧିକ ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ସୁଯୋଗ ନ ଦେବା ଓ ବିଦ୍ୟାଳୟ ଗୁଡ଼ିକ ଉପରେ ଅତ୍ୟଧିକ ତଥା ଅନାବଶ୍ୟକ ଅଣଶୈକ୍ଷିକ କାର୍ଯ୍ୟ ଲଦିଦେବା ଆଦି ସ୍ୱେଚ୍ଛାଚାରୀ କାର୍ଯ୍ୟ ବିରୋଧରେ ନିଜ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଶିକ୍ଷା ବିଭାଗ ନିଜର କାର୍ଯ୍ୟ ଶୈଳୀରେ ତୁରନ୍ତ ପରିବର୍ତନ ନ ଆଣିଲେ ଏଠାରେ ପଢୁଥିବା ହଜାର ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ସଙ୍ଘ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସଂଘର କର୍ମକର୍ତାମାନେ ପ୍ରକାଶ କରିଛନ୍ତି। ସଙ୍ଗଠନର ସଭାପତି ନିରଞ୍ଜନ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ପାଦକ ରଞ୍ଜନ କୁମାର ବିଶ୍ୱାଳ, ପ୍ରଭାତ କୁମାର ପରିଡ଼ା, ହିମାଂଶୁ ଶେଖର ଦାଶ, ପ୍ରମୁଖ ବହୁ ଘରୋଇ ବିଦ୍ୟାଳୟର ମୁଖ୍ୟମାନେ ଯୋଗ ଦେଇଥିଲେ। ଅଜୟ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି