ନବରାତ୍ର ପୂଜାର ସପ୍ତମ ଦିନରେ ଆଜି ମା ଦୁର୍ଗା ମା ସମଲେଶ୍ଵରୀ କାଳରାତ୍ରି ରୂପରେ ପୂଜା ପାଉଛନ୍ତି
ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ନବ ଦିନ ବ୍ୟାପି ମା ଙ୍କ ଶାରଦୀୟ ନବରାତ୍ରି ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ। ଆଜି ପୀଠରେ ନବରାତ୍ର ପୂଜାର ସପ୍ତମ ଦିନରେ ଆଜି ମା ଦୁର୍ଗା ମା ସମଲେଶ୍ଵରୀ, ମା ପାଟନେଶ୍ଵରି, ମା କୁଶଙ୍ଗେଇ ଭକ୍ତ ମାନଙ୍କୁ କାଳରାତ୍ରି ରୂପରେ ଦର୍ଶନ ଦେଇଛନ୍ତି। ଜିଲ୍ଲାର ସମସ୍ତ ଦ
ନବରାତ୍ର ପୂଜାର ସପ୍ତମ ଦିବସ ପୂଜା ର ସପ୍ତମ ଦିନରେ ଆଜି ମା ଦୁର୍ଗା ମା ସମଲେଶ୍ଵରୀ କାଳରାତ୍ରି ରୂପରେ ପୂଜା ପାଉଛନ୍ତି ।


ନବରାତ୍ର ପୂଜାର ସପ୍ତମ ଦିବସ ପୂଜା ର ସପ୍ତମ ଦିନରେ ଆଜି ମା ଦୁର୍ଗା ମା ସମଲେଶ୍ଵରୀ କାଳରାତ୍ରି ରୂପରେ ପୂଜା ପାଉଛନ୍ତି ।


ନବରାତ୍ର ପୂଜାର ସପ୍ତମ ଦିବସ ପୂଜା ର ସପ୍ତମ ଦିନରେ ଆଜି ମା ଦୁର୍ଗା ମା ସମଲେଶ୍ଵରୀ କାଳରାତ୍ରି ରୂପରେ ପୂଜା ପାଉଛନ୍ତି ।


ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ନବ ଦିନ ବ୍ୟାପି ମା ଙ୍କ ଶାରଦୀୟ ନବରାତ୍ରି ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ। ଆଜି ପୀଠରେ ନବରାତ୍ର ପୂଜାର ସପ୍ତମ ଦିନରେ ଆଜି ମା ଦୁର୍ଗା ମା ସମଲେଶ୍ଵରୀ, ମା ପାଟନେଶ୍ଵରି, ମା କୁଶଙ୍ଗେଇ ଭକ୍ତ ମାନଙ୍କୁ କାଳରାତ୍ରି ରୂପରେ ଦର୍ଶନ ଦେଇଛନ୍ତି। ଜିଲ୍ଲାର ସମସ୍ତ ଦେବୀ ପୀଠ ସମେତ ବିଭିନ୍ନ ପଡ଼ାରେ ଅନୁଷ୍ଠିତ ହେଉଥିବା ନବ ଦିନାତ୍ମକ ଦୁର୍ଗା ପୂଜା ମେଢ଼ରେ ଆଜି ମା' କାଳରାତ୍ରି ରୂପରେ ପୂଜା ପାଉଛନ୍ତି । ପ୍ରଥମେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ ପରେ ଆଜି ମା' କାଳରାତ୍ରି ସ୍ୱରୂପରେ ଧରାପୃଷ୍ଠରେ ଦର୍ଶନ ଦେଉଛନ୍ତି । ମା' ଆଜି ତ୍ରିନେତ୍ର ସହିତ ହାତରେ ଲୌହ ଖଡ଼ଗ ଓ ଖର୍ପର ଏବଂ ରାତ୍ରି ଅନ୍ଧକାର ସଦୃଶ୍ୟ କଳା ଶରୀର ଧାରଣ କରିଛନ୍ତି ।

ନବରାତ୍ରିରେ ମା’ଙ୍କ ଏହି ସ୍ୱରୂପକୁ ଆରାଧନା କଲେ ରିଦ୍ଧି ଓ ସିଦ୍ଧି ପ୍ରାପ୍ତ ହୋଇଥାଏ । କ୍ରୋଧର ବିନାଶ ପାଇଁ ମା’ଙ୍କ କାଳରାତ୍ରି ସ୍ୱରୂପର ଉପାସନା କରାଯାଏ । ସପ୍ତମୀ ତିଥିରେ ସାର୍ବଜନୀନ ଦୁର୍ଗାପୂଜା ସମୟରେ ମା’ଙ୍କ ନେତ୍ର ଉନ୍ମୀଳିତ ହୋଇଥାଏ ବା ଖୋଲିଥାଏ । କଲତାରୀଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ମା ସନ୍ତାନ ବତ୍ସଳା । ତାଙ୍କ ତ୍ରିନେତ୍ରରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରୁଣା ଓ ସ୍ନେହ ବର୍ଷା ହୋଇଥାଏ । ମା କାଳରାତ୍ରିଙ୍କର ଦିବସ ପୂଜା ରହିଛି । କିନ୍ତୁ, ତାଙ୍କର ବିଶେଷ ପୂଜା ରାତିରେ ଅନୁଷ୍ଠିତ ହୋଇଥାଏ । ତନ୍ତ୍ର ସାଧକଙ୍କ ପାଇଁ କାଳରାତ୍ରି ଉପାସନାର ମହତ୍ୱ ସବୁଠୁ ଅଧିକ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande