କେନ୍ଦ୍ରାପଡା, ୨୮ ସେପ୍ଟେମ୍ବର (ହି.ସ.)- ନିଜର ଦୈନନ୍ଦିନ ଜୀବନରେ ସ୍ୱେଦେଶୀ ଜିନିଷ ପଦାର୍ଥ ଆପଣାଇବା ସହ ନୂତନ ପିଢିକୁ ମଧ୍ୟ ସ୍ୱେଦେଶୀ ଆପଣାଇବା ପାଇଁ ପ୍ରବର୍ତାଇବା ପାଇଁ ସାଂସଦ ବୈଜୟନ୍ତ ପଣ୍ଡା ଅନୁରୋଧ କରିଛନ୍ତି । ସଂସ୍କୃତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ ଓ ଜିଏସ୍ଟି ସୁଧାର ଆଲେଚନାଚକ୍ରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସାଂସଦ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଅୟୋଜିତ ଏହି ସମ୍ମିଳନୀରେ ଯାଜପୁର ସାଂସଦ ରବି ନାରାୟଣ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ପାର୍ଟି ଦ୍ୱାରା ଆୟୋଜିତ ଏହି ଅଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସମ୍ମାନିତ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସାଂସଦ ଶ୍ରୀ ପଣ୍ଡା ସମ୍ମାନିତ କରିଥିଲେ । ଏଥି ସହ ଜିଲ୍ଲାରେ କ୍ରୀଡା, ସଂଙ୍ଗୀତ, କଳା, ସାହିତ୍ୟ, ସଂସ୍କୃତି, ଚିତ୍ର, ନାଟ୍ୟରେ ଉଲ୍ଲେଖନୀୟ ଅବଦାନ ଥିବା ୩୦ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ମହାକାଳପଡା ବିଧାୟକ ଡ଼ଃ. ଦୁର୍ଗା ପ୍ରସନ୍ନ ନାୟକ, ଭୂବନ ମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ଗୀତାଞ୍ଜଳୀ ସେଠୀ, ତେଜେଶ୍ୱର ପରିଡା, ଦୋଳ ଗୋବିନ୍ଦ ଜେନା, କିଶୋର ପଣ୍ଡା, ଅର୍ଚ୍ଚନା ନାୟକ, ସୁନାକର ବେହେରା, ସଂଜୟ ରଥ, ସଲିମ ଖାନ, ବୈଦନାଥ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ପଣ୍ଡା ଦିନ ୧୦ଟା ବେଳେ ୪ନଂ ୱାର୍ଡର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ମନ୍ କି ବାତ୍, ନୂଆ ବସଷ୍ଟାଣ୍ଡ ରେ ଥିବା ବୟୋନିକା, ଜଝାଙ୍ଗରେ ଥିବା କାଇଁଚ ପ୍ରଭୃତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥି ସହିତ ଜିଲ୍ଲାର ବୁଦ୍ଧିଜୀବି ମାନଙ୍କୁ ସମ୍ମାନିତ କରିବା ସହ ନୂଆ ବସଷ୍ଟାଣ୍ଡ ର ବ୍ୟବସାୟୀ ସଂଘର କର୍ମକର୍ତା ମାନଙ୍କ ସହ ଜିଏସଟି ସୁଧାର ସଂପର୍କରେ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି