କେନ୍ଦୁଝର, ୨୮ ସେପ୍ଟେମ୍ବର (ହି.ସ.) - ୩ଟି ହାତୀଦାନ୍ତ ଜବତ ସହ ୪ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବିଭାଗ । ସେମାନଙ୍କଠାରୁ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ ତଳକାଇପୁର ଅଂଚଳରୁ ପୋଲିସ ସହାୟତାରେ ଧରିଲା ବନ ବିଭାଗ । ଗତ ୨୬ ତାରିଖ ରାତି ୯ଟା ବେଳେ, ତଳକାଇପୁର କ୍ରସର୍ ନିକଟରେ ମିଳିତ ଚଢ଼ାଉ କରି ଘଟଣାସ୍ଥଳରୁ ୩ଟି ହାତୀଦାନ୍ତ ଜବତ କରିବା ସହ, କଟକ ଅଲିଶା ବଜାରର ବୀରକିଶୋର ବେହେରା ଓ ଅନୁଗୁଳ ର ଅରୁଣ କୁମାର ସାହୁଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସଂପୃକ୍ତ ଅନୁଗୁଳ ଜିଲ୍ଲା ଭଗାମୁଣ୍ଡାର ପ୍ରଦୀପ କୁମାର ସାହୁ ଓ ପ୍ରତାପ ବେହେରାଙ୍କୁ ଗିରଫ କରାଯାଇଛି । ଜବତ ୩ଟି ହାତୀଦାନ୍ତ ମଧ୍ୟରୁ ପ୍ରଥମଟି ୨.୦୨୬ କିଲୋଗ୍ରାମ୍, ୨ୟ ଟି ୬ଶହ ଗ୍ରାମ୍ ଓ ୩ୟ ଟି ୩୮୭ ଗ୍ରାମ ଓଜନର ଥିବା ସୂଚନା ଦେଇଛି ବନ ବିଭାଗ । ପ୍ରଥମରୁ ଏମାନଙ୍କ ନିକଟରେ ୪ଟି ହାତୀଦାନ୍ତ ଥିବା ବେଳେ, ଅନ୍ୟ ଗୋଟିଏ ହାତୀଦାନ୍ତର ପତା ମିଳି ନଥିବା ସୂଚନା ଦେଇଛନ୍ତି ଜିଲ୍ଲା ବନ ଖଣ୍ଡ ଅଧିକାରୀ ଏଚ ଡି ଧନରାଜ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA