ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଥାନା ଅଂଚଳ ରେ କିଛିଦିନ ହେବ ବ୍ୟାପକ ଚୋରି, ଚୋରା ମଦ କାରବାର ଓ ବ୍ରାଉନ ସୁଗାର ଭଳୀ ନିଶା କାରବାର ବଡ଼ି ଚାଲିଚି। ଥାନା ର କର୍ମ ଚାରି ଅଭାବ ହେଉ କି ଅନ୍ୟ କିଛି କାରଣ ରୁ ପୋଲିସ ନିଷ୍କ୍ରିୟ ଥିଲା । ତେବେ ଧାମନଗର ଥାନା କୁ ଏବେ ନୂଆ ଥାନା ଅଧିକ
BRAUNSUGAR SEIZED AT DHAMNAGAR


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଥାନା ଅଂଚଳ ରେ କିଛିଦିନ ହେବ ବ୍ୟାପକ ଚୋରି, ଚୋରା ମଦ କାରବାର ଓ ବ୍ରାଉନ ସୁଗାର ଭଳୀ ନିଶା କାରବାର ବଡ଼ି ଚାଲିଚି। ଥାନା ର କର୍ମ ଚାରି ଅଭାବ ହେଉ କି ଅନ୍ୟ କିଛି କାରଣ ରୁ ପୋଲିସ ନିଷ୍କ୍ରିୟ ଥିଲା । ତେବେ ଧାମନଗର ଥାନା କୁ ଏବେ ନୂଆ ଥାନା ଅଧିକାରି ରଞ୍ଜନ ସେଠୀ କାର୍ଯ୍ୟ ରେ ଯୋଗ ଦେବାପରେ ବିଭିନ୍ନ ସ୍ଥାନ ରେ ଚଢାଉ ଚାଲିଛି। ଧାମନଗର ରେ ଆନନ୍ଦପୁର,କଲ୍ୟାଣୀ, ଖଡ଼ିପଦା, ଧାମନଗର,ଗୋବିନ୍ଦପୁର ଅଂଚଳ ରେ ଚୋରା ମଦ ଓ ବ୍ରାଉନୁ ସୁଗାର କାରବାର ହେଉଥିବା ର ପୋଲିସ ପାଖରେ ସୂଚନାଥିଲା। ସୁଚନା ଅନୁଯାଇ ଆଜି ଧାମନଗର ପୋଲିସ ଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି। ପ୍ରକାଶ ଥାଉକି ସୋମବାର ଦିନ ୧୨ ଟା ବେଳେ ଧାମନଗର ଥାନା ର ହବିବନଗର ଗ୍ରାମ ର ସେକ ସୋଫିଅନ ଙ୍କ ପୁଅ ସେକ ମହମ୍ମଦ ହୁସେନ ଓଡ଼ି ୦୪ ସି ୩୯୩୨ ନମ୍ୱର୍ ଥିବା ଏକ ବାଇକି ରେ ଆସୁଥିବା ବେଳେ ଧାମନଗର ଥାନା ଅଧିକାରି ରଞ୍ଜନ ସେଠୀ ଙ୍କ ନିର୍ଦେଶ କ୍ରମେ ଥାନା ର ଏସ ଆଇ ରାଜେଶ ସେଠୀ, ରଶ୍ମିତା ମଲିକ ଓ ଅନ୍ୟ କର୍ମଚାରି ମାନେ ଭଗବାନପୁର ନିକଟସ୍ତ ପଦ୍ମପୋଖରୀ ଛକ ନିକଟରୁ ଆସୁଥିବା ସେକ ମହମ୍ମଦ ହୋସେନ୍ କୁ କାବୁ କରିଥିଲେ। ତା ନିକଟରୁ ୧୨ ଗ୍ରାମ ର ବ୍ରାଉନୁସୁଗାର ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ହେବ ପୋଲିସ ଜବତ କରିବା ସହ ଏକ ମୋବାଇଲ୍‌, ଗୋଟିଏ ବାଇକି ଓ ୧୨ ସହ ଟଙ୍କା ଜବତ କରିବା ସହ ସଂପୃକ୍ତ ଅଭିଯୁକ୍ତ ଙ୍କ ବିରୋଧରେ କେଶ ନମ୍ୱର ୩୩୨/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଚି।ଧାମନଗର ତହସିଲ ର ଅତିରିକ୍ତ ତହସିଲଦାର ସାଇ ସିଲୋନା ଙ୍କ ଉପସ୍ଥିତି ରେ ଅଭିଯୁକ୍ତ ଙ୍କ ବୟାନ ରେକର୍ଡ କରା ଯାଇଥିଲା। ଥାନା ର ଏସ ଆଇ ପ୍ରଦୀପ ନାୟକ ତଦନ୍ତ ଦାଇତ୍ୱ ନେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande