ବଡଚଣା ଥାନା ଅଧିକାରିଣୀଙ୍କ ବଦଳିକୁ ନେଇ ତେଜିଲା ଅସନ୍ତୋଷ
ଧର୍ମଶାଳା, ୮ ସେପ୍ଟେମ୍ବର (ହି.ସ.)- ରବିବାର ବିଳମ୍ବିତ ରାତିରେ ଅଚାନକ ଯାଜପୁର ଜିଲା ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ତେବେ ଏହି ବଦଳି ଖବର ପ୍ରଚାରିତ ହେବା ପରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଥାନା ପରିସରରେ ଶତାଧିକ ଜନ ସାଧାରଣ ଓ ବ
ବଡଚଣା ଥାନା ଅଧିକାରିଣୀଙ୍କ ବଦଳିକୁ ନେଇ ଚେଜିଲା ଅସନ୍ତୋଷ


ଧର୍ମଶାଳା, ୮ ସେପ୍ଟେମ୍ବର (ହି.ସ.)- ରବିବାର ବିଳମ୍ବିତ ରାତିରେ ଅଚାନକ ଯାଜପୁର ଜିଲା ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ତେବେ ଏହି ବଦଳି ଖବର ପ୍ରଚାରିତ ହେବା ପରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଥାନା ପରିସରରେ ଶତାଧିକ ଜନ ସାଧାରଣ ଓ ବଜରଙ୍ଗ ଦଳର କର୍ମକର୍ତା ଏକତ୍ର ହୋଇ ତାଙ୍କ ବଦଳି ବାତିଲ କରିବାକୁ ଦୃଢ ଦାବି କରିଥିଲେ । ଅସନ୍ତୋଷ ଜନତାଙ୍କ ନିକଟରେ ଥାନା ଅଧିକାରିଣୀ ପଂହଚି ପ୍ରତିବାଦ ନ କରିବାକୁ ପରାମର୍ଶ ଦେଇଥିଲେ । ଜନତାଙ୍କ ନିକଟରେ ଥାନା ଅଧିକାରିଣୀ ପଂହଚିବା ପରେ ସେ ଭାବ ବିହ୍ଵଳ ହୋଇ ପଡିଥିଲେ ।

ସୂଚନା ଥାଉକି, ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ଯୋଗ ଦେବାର ୪ ମାସ ଭିତରେ ୧୧ଟି ବେଆଇନ ଗୋଚାଲାଣ କରୁଥିବା ଗାଡିକୁ ଜବତ କରିବାରେ ଯାଜପୁର ଜିଲାରେ ବଡ ସଫଳତା ପାଇଥିଲେ । ଅନ୍ୟପକ୍ଷରେ ବାଲିଚନ୍ଦ୍ରପୁର ଥାନା ଅଂଚଳରୁ ଏଭଳି ବେଆଇନ ଗୋଚାଲାଣ ହେଉଥିବା ଖବର ନ ଥିବା ବେଳେ ବଡଚଣା ଥାନା ଅଂଚଳରୁ ଗାଡି ଜବତ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକି ଅନ୍ୟ ଥାନାର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଥାନା ଅଧିକାରିଣୀ ଏଭଳି ବେଆଇନ ଗୋଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ତାଙ୍କ ବିରୋଧରେ ଗୋମାଫିଆ ଓ ଦଲାଲମାନେ ଷଡଯନ୍ତ୍ର କରି ଏଠାରୁ ବଦଳି ପାଇଁ ଲାଗି ପଡିଥିଲେ । ରାଜନୈତିକ ଚାପରେ ତାଙ୍କୁ ବଦଳି କରାଯାଇଥିବା ଅସନ୍ତୋଷକାରୀମାନେ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande