ବଡ଼ବିଲ, ଯୋଡ଼ା ବ୍ଲକ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
କେନ୍ଦୁଝର, ୮ ସେପ୍େଟମ୍ବର (ହି.ସ.) - ମାଟକାମବେଡ଼ା (ଏସ ଏସ ଡ଼ି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମାଟକାମବେଡ଼ା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶାରୀରିକ ଖେଳ ଶିକ୍ଷକ ତଥା ମଣ୍ଡଳ ସ୍ତରୀୟ ଖେଳ ସମ୍ପାଦକ ପରମାନନ୍ଦ ସେଠୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ମାଟକାମବେଡ଼ା ଉଚ୍ଚ ମା
ବଡ଼ବିଲ, ଯୋଡ଼ା ବ୍ଲକ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା


କେନ୍ଦୁଝର, ୮ ସେପ୍େଟମ୍ବର (ହି.ସ.) - ମାଟକାମବେଡ଼ା (ଏସ ଏସ ଡ଼ି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମାଟକାମବେଡ଼ା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶାରୀରିକ ଖେଳ ଶିକ୍ଷକ ତଥା ମଣ୍ଡଳ ସ୍ତରୀୟ ଖେଳ ସମ୍ପାଦକ ପରମାନନ୍ଦ ସେଠୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ମାଟକାମବେଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ଘଡ଼ିଆ ମୁଖ୍ୟ ଅତିଥି ଓ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ରାଉତ ଅତିଥି ରୂପେ ଯୋଗ ଦେଇ ଖେଳର ଶୁଭ ଉଦଘାଟନ କରିଥିଲେ । ଏହି ଖେଳରେ ବଡ଼ବିଲ ଅଂଚଳର ଏଗାର ଟି ମାଧ୍ୟମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ କବାଡି, ଖୋ ଖୋ ଓ ଫୁଟବଲ ରେ ଭାଗ ନେଇ ଚଉଦ ବର୍ଷରୁ କମ ଓ ସତର ବର୍ଷରୁ କମ ଖେଳାଳି ବ୍ଲକ ସ୍ତରକୁ ମନୋନୀତ ହୋଇଥିଲେ । ଉକ୍ତ ଖେଳରେ କଳିଙ୍ଗନଗର ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ସାବିତ୍ରୀ ମହାନ୍ତି, ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶ୍ରୀଧର ମାଝୀ, ଗୁରୁନାନକ ଖାଲସା ର ବବି ସିଂ, କଳିଙ୍ଗନଗର ହାଇସ୍କୁଲ ର ଯତୀନ ନାଏକ, ବାଲା ଗୋଡ଼ା ହାଇସ୍କୁଲ ର ବିପିନ ହନାଗା, ଭୁଶୁଗାଁ ହାଇସ୍କୁଲ ର ମାନସ ରଞ୍ଜନ ମହାନ୍ତ, ବଡ଼ବିଲ ନୋଡାଲ ସ୍କୁଲ ର ଶ୍ରୀକାନ୍ତ ମହାନ୍ତ, ବଡ଼ବିଲ ଶିଶୁ ବିଦ୍ୟାମନ୍ଦିର ର ନଳିନୀକାନ୍ତ ମହାନ୍ତ, ନାଲଦା ହାଇସ୍କୁଲ ର ପୁଲିନ ବିହାରୀ ପ୍ରଧାନ, ବାଲାଗଡା ସ୍କୁଲର ବିଜୟ କୁମାର ଜେନା, ମାଟ କାମ ବେଡ଼ା ସ୍କୁଲ ର ଶିକ୍ଷକ ବିନୋଦ ବିହାରୀ ତନ୍ତୀ ସେଂଟମାରୀ ଓଡ଼ିଆ ସ୍କୁଲ ର ପ୍ରଧାନ ଶିକ୍ଷକ ଲମ୍ବୋଦର ମହାନ୍ତ ପ୍ରମୁଖ ଯୋଗଦେଇ ଖେଳ ପରିଚାଳନା କରିଥିଲେ. ପରିଶେଷରେ ମୁନିସିପାଲ ହାଇସ୍କୁଲ ର ବରିଷ୍ଟ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ମାଝୀ ଓ ଶ୍ରୀ ରଞ୍ଜନ କୁମାର ରାଉତ, ବିନୋଦ ବିହାରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande