ଧର୍ମଶାଳା ପଂଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ
ଧର୍ମଶାଳା, ୦୮ ସେପ୍ଟେମ୍ବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ପଂଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ ଆଜି ଅପରାହ୍ନରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ ପଦବୀରୁ ଇସ୍ତଫା ଦେବା ଓ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଥମ ଅଧିବେଶନ ଶାନ୍ତି ସୃଙ୍ଖଳା
ଧର୍ମଶାଳା ପଂଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ


ଧର୍ମଶାଳା, ୦୮ ସେପ୍ଟେମ୍ବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ପଂଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ ଆଜି ଅପରାହ୍ନରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ ପଦବୀରୁ ଇସ୍ତଫା ଦେବା ଓ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଥମ ଅଧିବେଶନ ଶାନ୍ତି ସୃଙ୍ଖଳାରେ ଶେଷ ହୋଇଥିଲା। ପଂଚାୟତ ସ୍ତରୀୟ ସମସ୍ତ ସରପଂଚ ସମିତିସଭ୍ୟଙ୍କ ଉପସ୍ଥିତିରେ ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ, ଧର୍ମଶାଳା ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାଶ, ବ୍ଲକ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ବିଶେଷ ଭାବେ ଗ୍ରାମଂଚଳକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ମରାମତି କରିବା ସହିତ ପାନୀୟ ଜଳ, ଇଲେକ୍ଟ୍ରିସିଟି, ରାଜସ୍ୱ, ପ୍ରଧାନମନ୍ତ୍ରୀ ଆବାସ ଗୃହ ଉପରେ ଆଲୋଚନା କରାଯାଇ ଯଥାଶିଘ୍ର ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ଏହି ଅଧିବେଶନରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସମିତିସଭ୍ୟ ଓ ସରପଂଚମାନଙ୍କ ଦ୍ୱାରା ଆଗତ ପ୍ରଶ୍ନର ଉତର ଦେବା ସହ ସମସ୍ୟାର ସମାଧାନ ଉପରେ ମତରଖିଥିଲେ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande