କୃଷି ଯାନ୍ତ୍ରପାତି ମେଳାର ଶୁଭାରମ୍ଭ
ଜୟପୁର, ୧୬ ଜାନୁଆରୀ (ହି.ସ.)- ଜୟପୁର ଦଶହରା ପଡିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଶୁଭାରମ୍ଭ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁ ରାମ ମାଛ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ପୌର ଅଧ୍ୟକ୍
ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରୀକୀକରଣ ମେଳାର ଶୁଭାରମ୍ଭ


ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରୀକୀକରଣ ମେଳାର ଶୁଭାରମ୍ଭ


ଜୟପୁର, ୧୬ ଜାନୁଆରୀ (ହି.ସ.)- ଜୟପୁର ଦଶହରା ପଡିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଶୁଭାରମ୍ଭ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁ ରାମ ମାଛ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ, ରଶ୍ମି ରଥ, ମୁଖ୍ୟ ଜିଲା କୃଷି ଅଧିକାରି ସନ୍ତୋଷ କୁମାର ଦଳ ବେହେରା, କୃଷି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, କୃଷି ଜିଲା ଅଧିକାରି ହେମନ୍ତ କୁମାର ପଢିହାରୀ, ଲଲାଟେନ୍ଦୁ ମହାପାତ୍ର ଯୋଗ ଦେଇଥିଲେ । ଏଠାରେ ୪ ଜଣ ଚାଷିଙ୍କୁ ସମ୍ମାନିତ କରାଯାଇଛି । ମୃତ୍ତିକା ସଂରକ୍ଷଣ ଉପରେ ବୋରିଗୁମ୍ମା ବ୍ଲକ କାମରା ଗ୍ରାମର ଶୁକ୍ରୁ ଗାଦବା, ପ୍ରାଣୀ ସମ୍ପଦ ବିଭାଗରେ ବୋରିଗୁମ୍ମା ବ୍ଲକ କାମତା ଗ୍ରାମର ଜଗଦୀଶ ଚନ୍ଦ୍ର ମଣ୍ଡଳ, କୃଷି ବିଭାଗରେ ବାଣ୍ଡିଗୁଡା ଗ୍ରାମର ରତ୍ନାକର ଗାଦବା ଓ ଜୟପୁର ବ୍ଲକ ଛର୍ତଲା ଗ୍ରାମର ମନଧର ପେଣ୍ଟିଆଙ୍କୁ ସମ୍ମାନିତ କରାଯାଇଛି । ଏଠାରେ ଜୟପୁର ଉପଖଣ୍ଡର ବୋରିଗୁମ୍ମା, କୋଟପାଡ, ଜୟପୁର, କୁନ୍ଦୁରା, ବୈପାରିଗୁଡା ବ୍ଲକର ଚାଷି ମାନେ ଉପସ୍ଥିତ ଥିଲେ । ଏହି ମେଳା ଆଜି ଠାରୁ ୩ ଦିନ ଧରି ଚାଲିବାକୁ ଥିବାବେଳେ ଆଜି ଉଦଘାଟନ ହୋଇଛି । ୩୫୦ରୁ ଉର୍ଦ୍ଧ୍ଵ ଚାଷି ଯୋଗ ଦେଇଥିଲେ । ଏହି ଅବସରରେ ୨୦ଟି ଷ୍ଟଲ କରାଯାଇଥିଲା । ସେଥି ମଧ୍ୟରୁ ୧୩ଟି ଷ୍ଟଲରେ ଆଧୁନିକ କୃଷି ଯାନ୍ତ୍ରୀକୀକରଣ ପ୍ରଦର୍ଶିତ ହୋଇଥିଲା । ଏଠାରେ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ସମ୍ପଦ, ମତ୍ସପାଳନ ଇଫକୋ ଭାଇ ନେଇଥିଲେ । ୫ ଗୋଟି ଚାଷି ଉତ୍ପାଦକ ସଂସ୍ଥାକୁ ସଂସ୍ଥା ପ୍ରତି ୫ ଲକ୍ଷ ଟଙ୍କାର ଯନ୍ତ୍ରପାତି ଉପକରଣ ପ୍ରଦାନ କରାଯାଇଥିଲା । ୩ ଦିନ ଏଠାରେ ଚାଷି ମାନଙ୍କୁ ତାଲିମ ପ୍ରଦାନ କରାଯିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ମେଳାରେ ଉନ୍ନତମାନର ଯନ୍ତ୍ରପାତି ଜ୍ଞାନ କୈଶଳ ବ୍ୟବହାର କରି ଚାଷି ଯେପରି ଅଧିକ ଅମଳ କରି ସ୍ଵାବଲମ୍ବୀ ହୋଇପାରିବ ସେ ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏଠାରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ବ୍ୟଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଆଗ୍ରୀମ ତତ୍କାଳ ବୁକିଂ ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ କାମ ଧେନୁ ଯୋଜନା, ଗୋପାଳ ଯୋଜନାରେ ୬୦ରୁ ୭୦ ପ୍ରତିଶତ ରିହାତି ଆଦି ଉପରେ ମଧ୍ୟ ସଚେତନ କରାଯାଇଥିଲା । ବନ୍ଧୁ ରାମ ଲେମ୍ବୁ ଘାସ ଚାଷୀ ଉତ୍ପାଦକ କମ୍ପାନୀ ଲିମିଟେଡ, ବୋରିଗୁମ୍ମା ବ୍ଲକର ନାରୀ ପ୍ରଗତି ଚାଷୀ ଉତ୍ପାଦକ କମ୍ପାନୀ ଲିମିଟେଡ, ବୈପାରିଗୁଡା ବ୍ଲକ ସବୁଜିମା ଚାଷୀ ଉତ୍ପାଦକ କମ୍ପାନୀ ଲିମିଟେଡ, କୁନ୍ଦୁରା ବ୍ଲକର ମା' ପଟାଦେଇ ମିଶନ ଶକ୍ତି ମହିଳା ମକା ଉତ୍ପାଦକ କମ୍ପାନୀ ଲିମିଟେଡ, କୋଟପାଡ ବ୍ଲକର ଚିତ୍ରିଦାରା ଚାଷୀ ଉତ୍ପାଦକ କମ୍ପାନୀ ଲିମିଟେଡକୁ ୫ ଲକ୍ଷ ଟଙ୍କାର କୃଷି ଯନ୍ତ୍ରପାତି ଓ ଉପକରଣ ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande